May 15, 2025
Home » ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟଣା ଘଟିଛି ରାୟଗଡ଼ ଜିଲ୍ଲା ଗୁଣପୁର ଅଞ୍ଚଳରେ

ବିଦ୍ୟୁତ ସଂସ୍ପର୍ଶରେ ଆସି ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟଣା ଘଟିଛି ରାୟଗଡ଼ ଜିଲ୍ଲା ଗୁଣପୁର ଅଞ୍ଚଳରେ

0
WhatsApp Image 2024-09-05 at 9.05.10 PM

 

ଫୁଲପୁଟି ଗାଁରେ ବୁଧବାର ଦିନ ଏକ ହାତୀର ମୃତଦେହ ଦେଖିବାକୁ ମିଳିଥିଲା । ଏହା ହେଉଛି ରାୟଗଡ ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତ ଅନ୍ତର୍ଗତ I ହେଲେ ବୁଧବାର ସକାଳେ ଗ୍ରାମବାସୀମାନେ ଏକ ମାଈ ହାତୀର ମୃତଦେହ ଦେଖିବାକୁ ପାଇଥିବା ବେଳେ ମଙ୍ଗଳବାର ରାତିରେ ଘଟିଥିବା କହିଛନ୍ତି । ପରବର୍ତି ସମୟରେ ଗୁଣୁପୁର ବନ ବିଭାଗକୁ ସୂଚନା ଦେଇ ଜଣାଇଥିଲେ । ବନବିଭାଗ କିପରି କେଉଁ ପରିପ୍ରେକ୍ଷିରେ ହାତୀଟିର ମୃତ୍ୟୁ ଘଟିଛି ତାହା ନେଇ କୋଣ ଅନୁକୋଣରୁ ତଦନ୍ତ ଚଲେଇଛି।
ମିଳିଥିବା ସୂଚନା ମୁତାବକ ମୋଟ ୬ଟିକିଆ ହାତୀପଲ ମଧ୍ୟରୁ ପୂର୍ବରୁ ଅଞ୍ଚଳର ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ଅଞ୍ଚକର କାଟ୍ରାଗଡାରେ  ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ସରେ ଆସି ଚାରିଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ବର୍ତମାନ ଆଉ ଏକ ହାତୀର ମୃତ୍ୟୁ ଘଟିବା ପରେ ରହିଯାଇଛି ଗୋଟିଏ ହାତୀ । କିଛି ଦିନ ପୂର୍ବରୁ ଚାରୀଜଣିଆ ହାତୀ ପୋଲ ଥେରୁବାଲିରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ହାତୀମାନେ ରେଳ ପାର ହେଉଥିବା ବେଳେ ଟ୍ରେନ୍ ସମାନ ଲାଇନ ଦେଇ ନ ଯିବା ପାଇଁ ବନ ବିଭାଗ ରେଳ ବିଭାଗକୁ ସତର୍କ ରହିବାକୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲା। କିନ୍ତୁ ବର୍ତ୍ତମାନ ଗୁଣପୁରରେ ବିଦ୍ୟୁତ ଆଘାତ ଯୋଗୁଁ ହାତୀର ମୃତ୍ୟୁ ନେଇ ବିଦ୍ୟୁତ ବିଭାଗ କେତେ ସତର୍କ ତାହା ଦର୍ଶାଉଛି। ପ୍ରକାଶ ଥାଉ କି ଯେ ଥେରୁବାଲି, ଗୁଣପୁର ପଦ୍ମପୁର, ଗୁଡାରୀ ,ଭାତପୁର ଅଞ୍ଚଳରେ ଛଅ ଜଣିଆ,ଚାରି ଜଣିଆ ହାତୀମାନେ ବିଲବାଡରେ ବୁଲୁଥିବାର ଅନେକ ଥର ନଜର ଆସିଛନ୍ତି। ଏ ବାବଦରେ ଜଙ୍ଗଲ ବିଭାଗ ସବୁବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇଆସୁଥିବା ଦେଖାଦେଇଛି , କିନ୍ତୁ ବୈଦ୍ୟୁତିକ ବିଭାଗ ଏବଂ ରେଳ ବିଭାଗ ଏ ସମ୍ପର୍କରେ କେତେ ସତର୍କ ରହିଛନ୍ତି ତାହା ହାତୀ ମୃତ୍ୟୁ ନେଇ ସ୍ପଷ୍ଟ ଭାବେ ଜଣା ପଡିଛି। ହାତୀ ମୃତ୍ୟୁ ପରେ ଗଜରାଜଙ୍କ ସଂଖ୍ୟା କ୍ରମସ୍ଵ କମିଚାଲିଥିବା ବେଳେ ରାଜ୍ୟ ତଥା କେନ୍ଦ୍ର ସରକାରୀ ଗାଇଡ଼ ଲାଇନ ଅନୁସାରେ ଜଙ୍ଗଲ ପ୍ରାଣୀ ସ°ରକ୍ଷଣ ଅଧିନିୟମ ଅନୁସାରେ ଆଗକୁ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ: ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed