ବିଧାୟକଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ
ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ,ଧର୍ମଗଡ଼ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ରହି ୧୫୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଶୋକ କୁମାର ମହାନ୍ତି, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼; ଶ୍ରୀମତୀ ମନୀଷା ମିଶ୍ର, ଉପାଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼; ସମସ୍ତ ପାରିଷଦ ବୃନ୍ଦ; ବିଶ୍ୱମ୍ବର ମିଶ୍ର, ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଧର୍ମଗଡ଼ ଉପସ୍ଥିତ ଥିଲେ।ଧର୍ମଗଡ଼ ଏନଏସି ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
