April 30, 2026
Home » ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ଅଭିଯାନ l

ଓଡ଼ିଆ ପକ୍ଷରେ ଦେବାଳୟ ଏବଂ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ଅଭିଯାନ l

0
WhatsApp Image 2026-04-06 at 5.13.28 PM

 

ସୁବର୍ଣ୍ଣପୁର– ସୋମବାର ଦିନ ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିନରେ ସକାଳ ୭ ଟା ରେ ସୋନପୁର ପୌର ପରିଷଦ ପକ୍ଷରୁ ଜିଲ୍ଲାର ଦେବାଳୟ ଓ ଐତିହ୍ୟ ସ୍ଥଳୀମାନଙ୍କରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ଅଭିଯାନରେ ମାଁ ସୁରେଶ୍ୱରୀ ପୀଠ ଏବଂ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ସଫା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ୱ ଉଲ୍ଲେଖ କରିଥିଲେ।ଏହାସହିତ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା କ୍ରୀଡା ଓ ଯୁବ ସେବା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଓ ଜିଲ୍ଲା ନିଜାରତ ଅଧିକାରୀ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ଅଗ୍ନିଶମ ବିଭାଗ ଅଧିକାରୀ ଧୀରେନ୍ଦ୍ର ନାଥ ଦେ ପ୍ରମୁଖ ଉପସ୍ଥିତ ଥିଲେ।ସୋନପୁର-ମନମୁଣ୍ଡା ର ସ୍ୱଚ୍ଛ ଭାରତ ସଂଗଠନ, ସୋନପୁର ମହାବିଦ୍ୟାଳୟର ଏନ୍‌.ସି‌.ସି ଛାତ୍ରଛାତ୍ରୀ , ପୌର ପରିଷଦ ସ୍ବଚ୍ଛ ସାଥୀ ଓ ସଚେତନ ନାଗରିକମାନେ ସକ୍ରିୟ ଭାବେ ଭାଗନେଇଥିଲେ। ପୌର ପରିଷଦର ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ପ୍ରତିଦିନ ନିଜ ଘର, ସାହି ଓ ଧାର୍ମିକ ସ୍ଥଳୀମାନଙ୍କୁ ସଫା ରଖିବା ପାଇଁ ସଚେତନ କରିବା ଓ ସମଗ୍ର ପରିବେଶ ସୁରକ୍ଷା ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି |ଏହା ଛଡା ସମସ୍ତଙ୍କୁ ପୌର ପରିଷଦ ପକ୍ଷରୁ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ ସେମାନେ ପ୍ରତ୍ୟେକ ଦିନ ତାଙ୍କ ଘର ପାଖକୁ ଆସୁଥିବା ଅଳିଆ ସଂଗ୍ରହ ଗାଡ଼ିରେ ତାଙ୍କ ଘରୁ ବାହାରୁ ଥିବା ଶୁଖା ଏବଂ ଓଦା ଅଳିଆକୁ ପୃଥକ ପୃଥକ ଭାବରେ ସଂଗ୍ରହ ଗାଡ଼ିରେ ଦିଅନ୍ତୁ। ଏହା ଅଳିଆର ପୁନରାବୃତ୍ତି, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜୈବିକ ଖତ ତିଆରି ରେ ସାହାଯ୍ୟ କରିଥାଏ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *