July 13, 2026
Home » ବିନିକା ବ୍ଲକ ଅଧ୍ୟକ୍ଷା ଙ୍କ ଘର ଉପରକୁ ଗୁଳିମାଡ଼

ବିନିକା ବ୍ଲକ ଅଧ୍ୟକ୍ଷା ଙ୍କ ଘର ଉପରକୁ ଗୁଳିମାଡ଼

0
WhatsApp Image 2026-06-20 at 1.38.00 PM

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂଘିଯୁବା ଗ୍ରାମରେ ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ ଙ୍କ ଘରକୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହ ଘର ଭିତରେ ଓ ବାହାରେ ଥିବା ଗାଡି ଉପରକୁ ଗୁଳି ଚାଳନା କରିଥିଲେ l ଏଥିସହ ଏକ ଗାଡିକୁ ଭାଙ୍ଗି ଚୁରମାର ମଧ୍ୟ କରିଥିବା ଜଣାପଡିଛି l ତେବେ ଏହି ଗୁଳିମାଡ଼ ଘଟଣା ରେ ପରିବାର ର କୌଣସି ସଦସ୍ୟ ଙ୍କ କ୍ଷତି ହୋଇନାହିଁ l କାର ରେ ପାଞ୍ଚ ଜଣ ଦୁର୍ବୁତ୍ତ ଆସି ଗୁଳିମାଡ଼ କରିଥିବା ସୂଚନା ମିଳିଛି l

ଖବର ପାଇ ବିନିକା ପୋଲିସ ରାତିରେ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମଧ୍ୟ ପହଞ୍ଚି ଘଟଣା ର ସମୀକ୍ଷା କରିଥିଲେ l ସାଇଣ୍ଟିଫିକ ଟିମ ର ସହାୟତା ରେ ତଦନ୍ତ ଆଗକୁ ବଢ଼ାଯାଇଛି l ସି ସି ଟିଭି ଫୁଟେଜ ଯାଞ୍ଚ ରୁ ଏକ କାର ରେ ପ୍ରାୟ 5 ଜଣ ଦୁର୍ବୁତ୍ତ ଆସିଥିବା ସୂଚନା ମିଳିଛି l ବିନିକା ପୋଲିସ ରେ ଏ ନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ କୁ ଅଧିକ ଜୋରଦାର କରାଯାଇଛି l ସୂଚନାଯୋଗ୍ୟ ଯେ, ଦିପ୍ତୀରେଖା ନନ୍ଦ ଙ୍କ ସ୍ୱାମୀ ଅଶୋକ ନନ୍ଦ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ( ବିଜେଡି ) ସୁବର୍ଣ୍ଣପୁର ଜିଲ୍ଲା ଯୁବ ସଭାପତି ଅଟନ୍ତି l ଏହି ଗୁଳିମାଡ଼ ଘଟଣା ର ତଦନ୍ତ ଜାରି ରହିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *