June 28, 2026
Home » ବିନିକା ବ୍ଳକ ମଣ୍ଡିମାନଙ୍କରେ ପଡ଼ିରହିଛି ୧ ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ : ଚିନ୍ତା ରେ ଚାଷୀ

ବିନିକା ବ୍ଳକ ମଣ୍ଡିମାନଙ୍କରେ ପଡ଼ିରହିଛି ୧ ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ : ଚିନ୍ତା ରେ ଚାଷୀ

0
WhatsApp Image 2026-06-28 at 11.29.14 AM

 

ସୁବର୍ଣ୍ଣପୁର: ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକରେ ରବି ଧାନ କିଣାରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ବିନିକା ବ୍ଳକ ର ୧୬ ଟି ପଞ୍ଚାୟତ ଏବଂ ବିନିକା ଏନଏସି ଅଞ୍ଚଳର ଚାଷୀଙ୍କ ଠାରୁ ୧୨ ଟି ପେସ୍କରେ ୧୩ଟି ସେଣ୍ଟର ରେ ୬ ଟି ଏସଏଚଜି ଦ୍ବାରା ରବି ରୁତୁରେ ଧାନ କ୍ରୟ ଚାଲିଛି l ଜିଲ୍ଲା ଯୋଗାଣ ବିଭାଗ କହିବା ଅନୁସାରେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଟୋକନ ଥିବା ସମସ୍ତ ଚାଷୀଙ୍କ ଧାନ କ୍ରୟ କରାଯିବ l କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ କଥାକୁ ଅଞ୍ଚଳର ଚାଷୀ ଗ୍ରହଣ କରିପାରୁନାହାନ୍ତି l ମିଳିଥିବା ସୂଚନା ଅନୁସାରେ ବିନିକା ଅଞ୍ଚଳର ସମସ୍ତ ଧାନ କ୍ରୟ ସଂସ୍ଥା ମାନଙ୍କରେ ୧ ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ ରହିଥିବା ସୁଚନା ମିଲିଛି l ସେଥିରୁ ଶଙ୍କରା ଫେକ୍ସ – ୧୧୦୨୫ , ସିନ୍ଦୁରପୁର ଫେକ୍ସ – ୩୧୦୦, ବାଙ୍କିଘିର୍ଡ଼ି -୨୯୬୩ ,ଚରଦା- ୫୬୯୦,ମହାଦା- ୧୫୩୩୯, ବାଇଁଶୁଣି ଫେକ୍ସ -୧୧୨୬୧, ସିଲାଟି ଫେକ୍ସ – ୧୭୫୯୪ ପ୍ୟାକେଟ ,ସିଂଘିଯୁବା- ୧୪୦୨୮ ପ୍ୟାକେଟ , କମିରା -୧୩୬୭୨ ପ୍ୟାକେଟ , ଭଣ୍ଡାର – ୩୧୫୭ ପ୍ୟାକେଟ , ବିନିକା ୫୫୭୦ ପ୍ୟାକେଟ, ସେହିପରି ଏସଏଚଜି ମା ସନ୍ତୋଷୀ କଇଁନ୍ତରା – ୧୪୭୨୯,ପଦ୍ମଶ୍ରୀ ଏସଏଚଜି ଅଇଁଲାମୁଣ୍ଡା- ୪୮୦୦ ପ୍ୟାକେଟ, ଖୁଦୁରୁକୁଣୀ ଏସଏଚଜି –କାଲାଟିକିରା- ୪୯୦୩ ପ୍ୟାକେଟ, ଆକୃତି ଏସଏଚଜି ଫଲସାପାଲି- ୪୯୦୦ ପ୍ୟାକେଟ, ବିଶ୍ବଲକ୍ଷ୍ମୀ ଏସଏଚଜି ମେଘେଲା – ୧୫୦୦ ପ୍ୟାକେଟ, ରଘୁନାଥ ଏସଏଚଜି ମହାଦେବପାଲି- ୧୬୨୦ ପ୍ୟାକେଟ, ମୋଟ ୧ଲକ୍ଷ ୪୭ ହଜାର ୧୦୧ ପ୍ୟାକେଟ ଧାନ ମଣ୍ଡିରେ ପଡ଼ିରହିଥିବା ଯୋଗଣ ବିଭାଗ ପକ୍ଷରୁ ସୁଚନା ମିଲିଛି l ଧାନ ପ୍ୟାକେଟ୍ ଗୁଡ଼ିକ ଖୋଲା ଆକାଶ ତଳେ ପଡ଼ି ରହିଛି। ଦୀର୍ଘ ଏକ ମାସରରୁ ଉର୍ଦ୍ଧ୍ୱ ହେବ ଚାଷୀ ପ୍ରଚଣ୍ଡ ରୈଦ୍ରତାପରେ ଧାନକୁ ଜଗି ରହିଛି l ଏହି ପରି ବର୍ଷା ରେ ଧାନ ଭିଜି ଯାଇଥିବାରୁ ତାକୁ ବଞ୍ଚଇବାପାଇଁ ଦିର୍ଘ ଦିନ ଧରି ପୁଣି ଆପ୍ରାଣ ପରିଶ୍ରମ କରୁଛି ଚାଷୀ l ଜିଲ୍ଲା ଯୋଗାଗ ବିଭାଗ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏତେ ପରିମାଣର ଧାନ ମଣ୍ଡିରୁ ଉଠାଇବାକୁ କେତେ ଦିନ ଲାଗିବ ବୋଲି ଚାଷୀ ଙ୍କ ମଧ୍ୟରେ ଚିନ୍ତା l ମଣ୍ଡି ମାନଙ୍କୁ ମିଲର୍ସ ମନଇଚ୍ଛା ଟ୍ରକ ଦେଉଥିବାରୁ ଧିମା ଗତିରେ ଧାନ ଉଠାଣ ହେଉଥିବା ଅଭିଯୋଗ କରୁଛିନ୍ତି ଚାଷୀ l ଜିଲ୍ଲା ଯୋଗାଣ ବିଭାଗ ଆଉ ମାତ୍ର ଦୁଇ ଦିନରେ ଧାନ ଉଠାଣରେ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଅପରପକ୍ଷରେ ପଡ଼ୋଶୀ ଜିଲ୍ଲା ରେ ପଞ୍ଜୀକୃତ ଚାଷୀ ମାନଙ୍କୁ ଧାନ ବିକିବା ପାଇଁ ୩ୟ ଟୋକନ ଦିଆ ଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ୩ୟ ଟୋକନ ଦିଆଯାଇ ନାହିଁ। ଯାହା ଫଳରେ ଚାଷୀ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସରକାର ଓ ଜିଲ୍ଲା ପ୍ରଶାସନ କୁ ଚାଷୀ ମାନେ କଟୁ ସମାଲୋଚନା କରିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *