July 2, 2025
Home » ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର, କାନ୍ଥ ବାଡ଼ ନିର୍ମାଣ ପାଇଁ ଦାବି l

ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର, କାନ୍ଥ ବାଡ଼ ନିର୍ମାଣ ପାଇଁ ଦାବି l

0
WhatsApp Image 2024-10-21 at 5.11.50 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ଶେଷ ମୁଣ୍ଡ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଉପରକୁ ଗଛଲତା ମାଡିବସି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହା ଫଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫ୍ୟୁଜ ମଧ୍ୟ ବାରମ୍ବାର ଯାଉଛି। ଯାହାଦ୍ବାରା ଗ୍ରାମବାସୀ ଦିନ ଦିନ ଧରି ଅନ୍ଧାରରେ ରହୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଫ୍ୟୁଜ ମରାମତି ପାଇଁ ଗ୍ରାମଵାସୀ ବିଭାଗୀୟ କର୍ମଚାରୀମାନଙ୍କୁ ବାରମ୍ବାର ଫୋନ୍ କରି ହଇରାଣ ହୋଉଛନ୍ତି । ବାଧ୍ୟ ହୋଇ ଗ୍ରାମବାସୀ ନିଜେ ଫ୍ୟୁଜ ମରାମତି କରି କାମ ଚଳାଇଥାନ୍ତି। ବିଦ୍ୟୁତ୍ ତାର ଲାଗି ଜିଲ୍ଲାରେ ବହୁ ଧନ ଜୀବନ ହାନି ହେଉଥିବା ବେଳେ ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନ ଦେଉନାହିଁ । ଟ୍ରାନ୍ସଫର୍ମର କୁ ବ୍ୟାପୀ ଥିବା ଅନାବନା ଲତାକୁ ସଫାକରି ଟ୍ରାନ୍ସଫର୍ମର ଚାରିପାଖରେ କାନ୍ଥଵାଡ ନିର୍ମାଣ କରିଵା ପାଇଁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *