October 10, 2024
Home » ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ କୋଶଳ ଅସ୍ମିତା ରଥ ଯାତ୍ରା ଉଦଯାପିତ

ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ କୋଶଳ ଅସ୍ମିତା ରଥ ଯାତ୍ରା ଉଦଯାପିତ

0

 

ସୁବର୍ଣ୍ଣପୁର –ପଶ୍ଚିମ ଓଡିଶାର ର ଅସ୍ମିତା ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ସକାଶେ ସାଧାରଣ ଜନତାକୁ ସଚେତନ କରିବା ପାଇଁ ଚଳିତ ମାସ 17 ତାରିଖରୁ କୋଶଳ ଅସ୍ମିତା ରଥ ଯାତ୍ରା ଆରମ୍ଭ ହୋଇ ସାରା ପଶ୍ଚିମ ଓଡିଶା ପରିକ୍ରମା କରି ସୁବର୍ଣ୍ଣପୁରରେ ଏହା ଉଦଯାପିତ ହୋଇଛି I ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡର କୋଶଳେଶ୍ବର ମନ୍ଦିରରେ ପ୍ରାରମ୍ଭିକ ପୂଜା ଅର୍ଚ୍ଚନା ପରେ ଏହି ଯାତ୍ରା ଶୁଭାରମ୍ଭ ହୋଇଥିଲା I ପରେ ପରେ ବଲାଙ୍ଗିର, କଳାହାଣ୍ଡି , ନୂଆପଡା, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ବୌଦ୍ଧ ତଥା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଶେଷରେ ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ବରୀଙ୍କ ପୀଠରେ ଏହାର ଉଦଯାପନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା Iଏହି କୋଶଳ ଅସ୍ମିତା ରଥ କୋଶଲ ସାହିତ୍ୟ ସଂସ୍କୃତି ଏକଡେମୀ ଓ କୋଶଲ ହେରିଟେଜ ଟ୍ରଷ୍ଟ ତରଫରୁ ଆୟୋଜିତ ହୋଇଥିଲା I ଏଥିରେ ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏକାଡେମୀର ଯୁଗ୍ମ ସଂପାଦକ ଶିକ୍ଷାବିତ ବ୍ରଜମୋହନ ଦାନୀ , ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଡ. ଜ୍ୟୋତି ରଂଜନ ବହିଦାର , ଡ. ସନ୍ତୋଷ କୁମାର ପାଢୀ, ଡ. ଦେବାଶିଷ ପାଣ୍ଡିଆ , କବି ଆର୍ତ୍ତତ୍ରାଣ ବାବୁ , ସମାଜସେବୀ ଜ୍ୟୋତି ରଂଜନ ପଟ୍ଟନାୟକ, ନାରୀ ନେତ୍ରୀ ସୋନାଲୀ ବିଶି, ଏକାଡେମୀର ସାଂସ୍କୃତିକ ସଂପାଦକ ସରୋଜ କୁମାର ଭୂୟାଁ , ଯୁଗ୍ମ ସଂପାଦକ ଡଂ. ସାକେତ ଶ୍ରୀଭୂଷଣ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୋଶଳ ଅସ୍ମିତା ରଥର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ Iଶେଷରେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ଅଧ୍ଯକ୍ଷା ପ୍ରଫେସର ମୀନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରକାଶ ଥାଉ କି ଏହି ଐତିହାସିକ ଯାତ୍ରା ଚାରୋଟି ଦାବି କୁ ସାକାର କରିବା ପାଇଁ ଆୟୋଜନ କରାଯାଇଥିଲା I କୋଶଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ମାନ୍ୟତା ଦେବା , ପ୍ରାଥମିକ ସ୍ତରରେ ଏହି ଅଂଚଳର ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷା କୋଶଳି ଭାଷାରେ ଶିକ୍ଷାଦାନ କରିବା , କୋଶଳି ଭାଷାକୁ ଓଡିଶା ରାଜ୍ୟର ଦ୍ବିତୀୟ ସରକାରୀ ଭାଷା ଭାବରେ ଗ୍ରହଣ କରାଯିବା ଏବଂ ଶେଷରେ ବରୁଆ ତତ୍ତ୍ବ ବିଶିଷ୍ଟ ଯାନିଯାତ୍ରା ଯାହା ଯୋଗ ତତ୍ତ୍ବ ଭାବରେ ପ୍ରତିଷ୍ଠିତ ତାହାର ସୁରକ୍ଷା ଓ ସମୃଦ୍ଧି କରାଯିବା ଆଦି ଦାବିକୁ ନେଇ ଏହି ଯାତ୍ରା କରାଯାଇଥିଲା I ଏଥି ସହ ଆସନ୍ତା ଜନ ଗଣନାରେ କୋଶଳି ଭାଷାକୁ ନିଜର ମାତୃଭାଷା ଭାବେ ଉଲ୍ଲେଖ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା I ଏହି ଯାତ୍ରା ସମୟରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉପରୋକ୍ତ ଚାରୋଟି ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା I ଏହି କୋଶଳ ଅସ୍ମିତା ରଥ କୁ ସମଗ୍ର ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ଏହାକୁ ସମର୍ଥନ ଜଣାଇଥିଲେ I ରବିବାର ସୁବର୍ଣ୍ମପୁରରେ ବିପୁଳ ଉତ୍ସାହ ଉଦ୍ଦିପନା ସହ କୋଶଳ ଅସ୍ମିତା ରଥର ଉଦଯାପନୀ ଉତ୍ସବ ପାଳନ ପରେ ସୁବର୍ଣ୍ଣପୁର ଠାରୁ ଦଶ ମାଇଲ ଦୂରରେ ବୈଦନାଥର ପ୍ରସିଦ୍ଧ ତଥା ବହୁ ପ୍ରାଚୀନ କୋଶଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ସହ ଏହା ଉଦଯାପିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାମ୍ବାଦିକମାନେ ସାମିଲ ହୋଇ ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁଙ୍କ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ I ସାମ୍ବାଦିକମାନଙ୍କ ସହଯୋଗୀତାରେ ଏହି ରଥଯାତ୍ରା କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସଫଳ ହୋଇଥିବା ହେତୁ ଏକାଡେମୀ ତରଫରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *