ବିଭିନ୍ନ ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ପଞ୍ଚମ ପର୍ଯ୍ୟାୟ ରେ ସୋନପୁର ବ୍ଲକ ହରଡଖୋଲ , ଜନମୁରା,ଗ୍ରାମ ପଂଚାୟତ ରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସ ରେ ହୋଇଥିବା ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଂଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା l ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି )ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ l ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନା କରିଥିଲେ l ଜନମୁରା ପଂଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳିମା ଭୋଇ ,ଏ ଡ଼ି ଇ ଓ ତଥା ଗ୍ରାମ ରୋଜଗାର ସେବକ ଯଜ୍ଞଦତ୍ତ ମେହେର , ସରପଞ୍ଚ ଦମୟନ୍ତୀ ବାରିକ ,ଏମ ବି କେ ସସ୍ମିତା ବିଶି,ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ, ଭି ଆର ପି ମାଣିକ୍ୟ କୁମ୍ଭାର , ଜୟନ୍ତୀ ବାଘ , ଜ୍ୟୋସ୍ନା ମେହେର, ଭାରତୀ ମେହେର ଓ ରଂଜିତା ବଗର୍ତ୍ତୀ ଯୋଗ ଦେଇଥିଲେ l ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର