August 21, 2026
Home » ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରଦାନ କରାଗଲା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୫

ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରଦାନ କରାଗଲା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୫

0
WhatsApp Image 2024-10-29 at 6.06.26 PM

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏଫଏଲସି ହୋଲରେ ଆଜି ୨୯/୧୦/୨୦୨୪ ତାରିଖ ଡ୍ରାଫ୍ଟ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତଥା ୧୪୭ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ତଥା ୧୪୬-ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ, ଦୁର୍ଯ୍ୟଧନ ଭୋଇ, ସହାୟକ ଜିଲ୍ଲାପାଳ, ଅଜୟ ମାଣ୍ଡାଙ୍ଗୀ ଓ ଅଶୋକ ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୁସ୍ତିକାକୁ ପ୍ରଦାନ କରଯାଇଛି ।
ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ୪ ଲକ୍ଷ ୫୬ ହଜାର ୨୨୯ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୫୭ ପୁରୁଷ ଥିବା ବେଳେ ୨ ଲକ୍ଷ ୩୫ ହଜାର ୧୨୭ ଜଣ ମହିଳାଙ୍କ ସମେତ ୪୫ ଜଣ ଅନ୍ୟ ବର୍ଗର ରହିଛନ୍ତି । ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଇଲେକ୍ଟରାଲ ରୋଲ ପୁସ୍ତିକାକୁ ସ୍ୱଚ୍ଛ ରଖିବା ନିମନ୍ତେ ବହୁତ ସତର୍କତା ଅବଲମ୍ବନ କରାଯାଇଛି । ୨/୧୦/୧୬ ଓ ୨୪ ନଭେମ୍ବରରେ ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ କରାଯିବ। ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ବିଏଲଏ ନିୟୋଜିତ କରିବା ପାଇଁ କୁହାଯାଇଛି । ତଥ୍ୟ ସମ୍ପର୍କିତ ସମସ୍ତ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୨୮ ନଭେମ୍ବର ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି। ଫାଇନାଲ ଡ୍ରାଫ୍ଟ ରୋଲ ୬ ଜାନୁଆରୀରେ ପ୍ରକାଶ ପାଇବ। ବିଜେପି ପକ୍ଷରୁ ମାଣିକ ଲାଲ ଚକ୍ରବର୍ତ୍ତୀ, ବିଜେଡି ପକ୍ଷରୁ ମାନସ ମାଡ଼କାମୀ, ବିଏସପି ପକ୍ଷରୁ ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏବଂ ଜିଲ୍ଲା ନିର୍ବାଚନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।