May 13, 2025
Home » ବିଶ୍ବ ସ୍ତନ୍ୟପାନ ସପ୍ତାହ 2024ପାଳିତ

ବିଶ୍ବ ସ୍ତନ୍ୟପାନ ସପ୍ତାହ 2024ପାଳିତ

0
WhatsApp Image 2024-08-01 at 7.32.28 PM

ତିର୍ତୋଲ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ବିଶ୍ବ ସ୍ତନ୍ୟପାନ ସପ୍ତାହ” ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅଗଷ୍ଟ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ବିଶ୍ବରେ ପାଳିତ ହୋଇଆସୁଅଛି । ଉକ୍ତ ସଭାରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ଦିବସ ପାଳନର ଉଦେଶ୍ୟ ବିଷୟରେ ଆଲୋକପାତ କରି।
ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ ଜେନା ସ୍ତ୍ରୀ ରୋଗ ବିଶେଷଜ୍ଞ ସ୍ତନ୍ୟପାନ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ନିମନ୍ତେ ନିତାନ୍ତ ଜରୁରୀ ଓ ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ଏବଂ କେଉଁ ପୋଜିସନରେ ମାଆ ଶିଶୁକୁ ଭଲରେ ସ୍ତନ୍ୟପାନ କରାଇପାରିବ, ସ୍ତନ୍ୟପାନ କରାଇବା ଦ୍ବାରା ଶିଶୁ ସହ ମାଆର ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବା ସହ ପରିବାରର ଆର୍ଥିକ ସମସ୍ୟା ଦୂର ହୁଏ, ସେସବୁ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ, ଡି.ପି.ସି. ବିପିନି ବିହାରୀ ପାତ୍ର ଏକ ଓଡ଼ିଆ ରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ସ୍ତନ୍ୟପାନର ଗୁରୁତ୍ବ ଉପରେ ଅବଗତ କରାଇଥିଲେ । ନର୍ସିଂ ଅଫିସର ଖୁଲଣା ବେହେରା ମଧ୍ୟ ସ୍ତନ୍ୟପାନର ଉପାଦେୟତା ଓ ଏହା କିପରି ଶିଶୁଙ୍କୁ ଜନ୍ମ ହେବା କ୍ଷଣି ଯେତେଶୀଘ୍ର ସମ୍ଭବ କରାଇଲେ, ଶିଶୁ ସୁସ୍ଥ ହେବା ସହ ତାର ଶାରୀରିକ ଓ ମାନସିକ ଅଭିବୃଦ୍ଧି ହୋଇଥାଏ ବୋଲି କବିତା ମାଧ୍ୟମରେ ବାର୍ତ୍ତା ରଖିଥିଲେ । କାର୍ଯ୍ୟକ୍ରମରେ ଜଗତସିଂହପୁରର ବ୍ଲକ ର ଭାଇସ ଚେୟାରମ୍ୟାନ ରତିରଞ୍ଜନ ବେହେରା,। ଅସିତ ଦାଶକିପରି ଅନ୍ଧବିଶ୍ବାସର ଶିକାର ହୋଇଥିଲେ ଅନୁଭୂତି ଅବଗତ କରାଇଥିଲେ । ଉକ୍ତ ସଭାକୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *