February 17, 2025
Home » ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ” ପାଳିତ

ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ” ପାଳିତ

0

 

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ “ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ” ରାୟଗଡ଼ା ମହାବିଦ୍ୟାଳୟର NCC, NSS, YRC ତରଫରୁ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡଃ. ମମତା ଚୌଧୁରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ବବିଲତା ସରଫ ସ୍ୱାଗତ ସମ୍ବର୍ଦ୍ଧନା ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର NCC ପ୍ରୋଗ୍ରାମ ଅଫିସର କେ.କେ.ଜାନୀ , NSS ପ୍ରୋଗ୍ରାମ ଅଫିସର ଏ ଭି ପି ଗୁପ୍ତା, ଏବଂ YRC କାଉନସିଲର ସୁଶ୍ରୀ ତୃପ୍ତିମୟୀ ଭୋଇ , ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଏ . ଶ୍ରୀନିବାସ ସହ ଅଧ୍ୟାପକ ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ଦୁର୍ଘଟଣାରେ କେମିତି ପ୍ରାଥମିକ ଚିକିତ୍ସା କରିବା,ହାତ କଟିଗଲେ,ଜ୍ଵର ହେଲେ, ପାଦ ଫୁଲିଗଲେ,ସାପ କାମୁଡ଼ିଲେ, ହଠାତ୍ ପାଣିରେ ବୁଡ଼ିଗଲେ, ହାତରେ ଚେଙ୍କ ପଡ଼ିଲେ,ଗଳାରେ ଖାଇବା ରହିଗଲେ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ କେମିତି ତାଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ଅନ୍ୟାନ୍ୟ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପରିଶେଷରେ ଅଧ୍ୟାପକ ଶ୍ରୀ ଏ ଭି ପି ଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *