May 15, 2025
Home » ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

0
WhatsApp Image 2024-09-14 at 12.05.42 PM (1)

ବୌଦ୍ଧ –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସାଧନ କର୍ମୀ ବନମାଳୀ ମେହେର ଯୋଗଦେଇ ଥିଲେ ।

ପ୍ରାଥମିକ ଚିକିତ୍ସା ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ। ବିଜ୍ଞାନ ସମ୍ମତ ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ। ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷକ ମନୋରଞ୍ଜନ ପ୍ରଧାନ, ଶିକ୍ଷୟିତ୍ରୀ ହେମବନ୍ତି ବାଘ ,ଏମ. ମାଧୁରୀ ଦୋରା , ଶିକ୍ଷକ ସୁଜିତ୍ କୁମାର ତରିଆ, ଆଲୋକ ପରଡିଆ, ସତ୍ୟଜିତ ପଣ୍ଡା,ସରୋଜ ସାହୁ, ଦୁଷ୍ମନ୍ତ ବିଶ୍ଵାଳ,ଶିକ୍ଷୟିତ୍ରୀ ମିରାବାଈ ଧାରୁଆ,ଗୀତାଞ୍ଜଳି ପ୍ରଧାନ, ଓ ନିଲିମା ପ୍ରଧାନ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଜୁନିୟର ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ଚନ୍ଦ୍ରମା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *

You may have missed