October 10, 2024
Home » ବିଶ୍ୱକର୍ମା ପୂଜା କ୍ଷେତ୍ରରେ ପାରାଦୀପ ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ : ନିୟମ ଖିଲାପକାରୀ ଙ୍କ ବିରୁଦ୍ଧରେ ପାଞ୍ଚ ହଜାର ଟଙ୍କା ଜୋରିମାନା

ବିଶ୍ୱକର୍ମା ପୂଜା କ୍ଷେତ୍ରରେ ପାରାଦୀପ ପୌରପାଳିକା ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ : ନିୟମ ଖିଲାପକାରୀ ଙ୍କ ବିରୁଦ୍ଧରେ ପାଞ୍ଚ ହଜାର ଟଙ୍କା ଜୋରିମାନା

0

 

ପାରାଦୀପ – ଆଜିଠାରୁ ପାରାଦୀପ ରେ ଆରମ୍ଭ ହୋଇଛି ସପ୍ତାହ ବ୍ୟାପି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ l ସ୍ଥାନୀୟ ଜୟଦେବ ସଦନ ପଡିଆ ଠାରେ ପୂର୍ବାପେକ୍ଷା ଚଳିତ ବର୍ଷ ଅଧିକ ଆକର୍ଷଣୀୟ ପୂଜା ମଣ୍ଡପ ପ୍ରସ୍ତୁତି ହୋଇଛି l ସେହିପରି ଭଲ ରୋଜଗାର ଆଶାରେ ବହୁ ଅସ୍ଥାୟୀ ବ୍ୟବସାୟୀ ପୂଜା ସ୍ଥଳ ନିକଟରେ ସେମାନଙ୍କର ଦୋକାନ ମଧ୍ୟ ଖୋଲିଲେଣି l ତେବେ ଏଥର ପୂଜା ଉତ୍ସବରେ ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପାରାଦୀପ ପୌରପାଳିକା ପକ୍ଷରୁ ପରିବେଶ ସ୍ୱଛତା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏହି ପରିପ୍ରେକ୍ଷୀରେ ପୂଜା ସ୍ଥଳରେ ନିଜ ପରିବେଶ ସୁରକ୍ଷା ସହିତ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ସାଧାରଣରେ ବ୍ୟବସାୟୀ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୌରପାଳିକା ପକ୍ଷରୁ ସୋମବାର ଦିନ ପୂଜା ଉତ୍ସବର ପ୍ରଥମ ଦିବସର ସକାଳେ ଏକ ସଚେତନତା ଶୋଭାଯାତ୍ରା ଓ ସଭା ଆୟୋଜିତ ହୋଇଥିଲା l ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ପାରାଦୀପ ଆଦର୍ଶ ଥାନା ନିକଟସ୍ଥ ପ୍ରେସ ଛକ ଠାରୁ ବାହାରି ଜୟଦେବ ସଦନ ନିକଟସ୍ଥ ସୂଚନା କେନ୍ଦ୍ର ଠାରେ ପହଞ୍ଚିଥିଲା l ସେଠାରେ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ପାରାଦୀପ ବନ୍ଦର ସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୂଚିତ୍ର ବୀର୍ଯ୍ୟ ଦାସ ଯୋଗଦେଇ ଏହି ପୂଜା ଉତ୍ସବରେ ପ୍ଲାଷ୍ଟିକ କୁ ବର୍ଜନ କରି ନିଜ ପାର୍ଶ୍ଵ ପରିବେଶ କୁ ନିଜେ ସ୍ୱଚ୍ଛ ରଖିବାକୁ ସମସ୍ତଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବହୁ ପାରିଷଦ, ପୌର କର୍ମଚାରୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l ତେବେ ପୂଜା ଉତ୍ସବ ସ୍ଥଳରେ ବ୍ୟବସାୟୀ ମାନେ ପ୍ଲାଷ୍ଟିକ ଜରି ଏବଂ ତତସଂଲଗ୍ନ ସାମଗ୍ରୀ ବ୍ୟବହାର କଲେ ସେମାନଙ୍କ ଉପରେ ଏକ ହଜାରରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ପୌରପାଳିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି l

Leave a Reply

Your email address will not be published. Required fields are marked *