ବିଶ୍ୱ ପିତୃ ଦିବସ ପାଳନ
ଭୁବନେଶ୍ୱର – ପୋଖରୀପୁଟ ଏମ ଏସ ପାର୍କରେ ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ବିଶ୍ୱ ପିତୃ ଦିବସ ପାଳନ କରାଯାଇଥିଲା l ବରିଷ୍ଠ ନାଗରିକ ମଞ୍ଚର ଆବାହକ ନିର୍ମଳ ଚନ୍ଦ୍ର ସାମଲ ଅଧ୍ୟକ୍ଷତା କରି ପିତା ସ୍ୱର୍ଗ ପିତା ଧର୍ମ ପିତାହିଁ ପରମ ତପ ବୋଲି କହିଥିଲେ l ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢ଼ୀ ଦିଗ୍ଦର୍ଶକ ରୂପେ ଯୋଗଦେଇ ଯୋଗ ପ୍ରାଣାୟାମ ସମ୍ପର୍କରେ ବରିଷ୍ଠ ନାଗରିକ ମାନଙ୍କୁ ବୁଝାଇ ଥିଲେ l ବିଶ୍ୱରେ ଏକ ସମୟରେ ଯୋଗ ଓ ପିତୃ ଦିବସ ପାଳିତ ହେଉଥିବାରୁ ଦିବସର ମହତ୍ଵ ଓ ଗୁରୁତ୍ଵ ବୃଦ୍ଧି ପାଇଛି ବୋଲି ସ୍ତମ୍ଭକାର ନିର୍ମଳ ସାମଲ କହିଥିଲେ l ପ୍ରାକ୍ତନ ବନ ପ୍ରଶାସକ ହର୍ଷ ବର୍ଦ୍ଧନ ଉଦ୍ଗାତା ଦଶରଥ ନନ୍ଦ, ଶିଶିର ଦାସ, ବାଇଧର ପାତ୍ର, ପ୍ରବୀର ମହାପାତ୍ର, ସୀମାଞ୍ଚଳ ପାଢ଼ୀ, ତରଣୀ ସେନ, ଏ କେ ମହାପାତ୍ର ତ୍ରିଲୋଚନ ବାରିକ ଓ ନିରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l ପଠାଣି ବେହେରା ସଭା ପରିଚାଳନା କରିଥିବା ବେଳେ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ l
