October 26, 2026
Home » ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ

ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ

0
WhatsApp Image 2026-10-24 at 6.09.51 PM

 

ଭୁବନେଶ୍ୱର:ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରଠାରେ ଏକ ବିଶାଳ ମାରାଥନ୍ ସଫଳତାର ସହ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ସହ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ମାରାଥନ୍‌ଟି ଭୁବନେଶ୍ୱରର ରାମମନ୍ଦିର ଛକରୁ ଆରମ୍ଭ ହୋଇ ରୋଟାରୀ ଭବନଠାରେ ପହଞ୍ଚି ଶେଷ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅନିଲ ସାମଲ, ପ୍ରାକ୍ତନ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ଯଜ୍ଞାଂଶିଷ ମହାପାତ୍ରଙ୍କ ସମେତ ବହୁ ସଂଖ୍ୟାରେ ରୋଟାରିଆନ୍, ରୋଟାରାକ୍ଟର୍ସ ଏବଂ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।ଏହି ମାରାଥନ୍‌କୁ ‘ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ମିଡୋଜ୍’ (Rotary Club of Bhubaneswar Meadows) ପକ୍ଷରୁ ଆୟୋଜନ କରାଯାଇଥିଲା। କ୍ଲବ୍ ସଭାପତି ବିକାଶ ଗରବଡ଼ୁ, ସମ୍ପାଦକ ଦୀପକ ଜେନା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଏବଂ ସଂଯୋଜନା କରିଥିଲେ।ମାରାଥନ୍ ଶେଷରେ ପୋଲିଓ ମୁକ୍ତ ସମାଜ ଗଠନ ଏବଂ ସଚେତନତା ବୃଦ୍ଧି ପାଇଁ ଏକ ସୁନ୍ଦର ଓ ପ୍ରେରଣାଦାୟୀ ସନ୍ଦେଶ ଦିଆଯାଇଥିଲା। ବିଶ୍ୱରୁ ପୋଲିଓର ସମ୍ପୂର୍ଣ୍ଣ ନିରାକରଣ ପାଇଁ ରୋଟାରୀର ନିରନ୍ତର ପ୍ରଚେଷ୍ଟା ଏବଂ ସଂକଳ୍ପକୁ ସମସ୍ତ ବକ୍ତା ଉଚ୍ଚ ପ୍ରଶଂସା କରିଥିଲେ ||

Leave a Reply

Your email address will not be published. Required fields are marked *