July 6, 2025
Home » ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଙ୍କ ଯୋଗଦାନ,ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠି ରୁ 10 ଲକ୍ଷ ଅନୁଦାନ ଦେବା ପାଇଁ ପ୍ରତିଶୃତି l

ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞର ରେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଙ୍କ ଯୋଗଦାନ,ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠି ରୁ 10 ଲକ୍ଷ ଅନୁଦାନ ଦେବା ପାଇଁ ପ୍ରତିଶୃତି l

0
WhatsApp Image 2024-11-16 at 12.44.46 PM

ସୁବର୍ଣ୍ଣପୁର – ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ (କଙ୍କଲା) ଠାରେ ପବିତ୍ର କାର୍ତ୍ତିକ ପଞ୍ଚ ଦିନ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ଉଦଯାପିତ ହୋଇଯାଇଛି । ସକାଳ 9ଘଣ୍ଟା ସମୟରେ ଚବିଶ ପ୍ରହର ନାମ ଯଜ୍ଞ, ନବ କୁଣ୍ଡିୟ ଘୃତଯଜ୍ଞ ପୂର୍ଣ୍ଣାହୁତି ହେଲାପରେ ଆମନ୍ତ୍ରିତ ସାଧୁ ସନ୍ଥଙ୍କ ସମେତ ସିଦ୍ଧଗୁରୁ ମଠର ମହନ୍ତ ସର୍ବେଶ୍ୱର ଦାସ, ବଲାଙ୍ଗୀର ର ପ୍ରବକ୍ତା ମାନଭଞ୍ଜନ ବ୍ରହ୍ମଚାରୀଙ୍କ ପ୍ରବଚନ ଦେଇଥିଲେ ସମ୍ବିଳନୀକୁ ଉଦଘାଟନ ପରେ ମହା ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱରେ ଓ ପ୍ରବକ୍ତା ବୈକୁଣ୍ଠନାଥ ପ୍ରଧାନ ମଞ୍ଚ ପରିଚାଳନାରେ ଅନେକ ବକ୍ତା ଯୋଗ ଦେଇ ସମବେତ ବିଶାଳ ଭକ୍ତଙ୍କୁ ଭାଗବତ ଆଶ୍ରିବଚନ ପ୍ରଦାନ କରିଥିଲେ l ଯଜ୍ଞର ଉଦ୍ୟେକ୍ତା ତଥା ଶ୍ରୀ ରାଧାମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ବ୍ରହ୍ମଚାରୀ ଆଦିତ୍ୟ ଦାସ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ସହିତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞରେ ହେବାକଥିବା କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ l ସଂମାନିତ ଅତିଥି ଭାବେ ଶିକ୍ଷବିତ ଶମ୍ଭୁ ଗିରି, ଯଜ୍ଞ କମିଟି ସମ୍ପାଦକ କୃତ୍ତିବାସ ପଲିଆ, ସଭାପତି ଗୌରୀ ପ୍ରସାଦ ସାହୁ, ଉଦ୍ୟକ୍ତା ବ୍ରହ୍ମଚାରୀ ଆଦିତ୍ୟ ଦାସ, ପ୍ରବକ୍ତା ବୈକୁଣ୍ଠନାଥ ପ୍ରଧାନ ମଞ୍ଚାସିନ ହୋଇଥିଲେ ଓ ବୌଦ୍ଧ ପଂଚାୟତ ସମିତି ଅଧକ୍ଷ ତଥା ମଠ କମିଟିର ଉପଦେଷ୍ଟା ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ l ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ଯଜ୍ଞ କମିଟି ଉପ -ସଭାପତି ରାଜୁ ମେହେର,ସମ୍ପାଦକ କୃତ୍ତିବାସ ପଲିଆ,ସହ ସମ୍ପାଦକ ଆକାଶ ଜେନା, କୋଷାଧକ୍ଷ ମୟସେନ ରଣା,ଯୁଗ୍ମ କୋଷାଧକ୍ଷ ମନୋଜ ମହାକୁଡ଼, ଦେବବ୍ରତ୍ତ ମେହେର, ଅନ୍ନ ଯଜ୍ଞ କମିଟିର ମୁଖ୍ୟ ରବୀନ୍ଦ୍ର କୁମାର ଦେଓ,କାର୍ଯ୍ୟକାରୀ ସଦସ୍ୟ , ଶିବ କର୍ମୀ,ଶମ୍ଭୁ ଗିରି,ଉତ୍ତମ ବେହେରା,ଅଭିନଵ ପଟ୍ଟନାୟକ, ପିଣ୍ଟୁ ମହାକୁଡ଼,ଦୁଷ୍ମନ୍ତ ପୃଷ୍ଟି,ପ୍ରଶାନ୍ତ କୁମାର ସେଠି, ଶ୍ରୀପତି ମହାକୁଡ଼, ଶ୍ରୀକ୍ଷେତ୍ର ମହାକୁଡ଼, ବିଦେଶୀ ସାହୁ,ଶଶାଙ୍କ ଶେଖର ପ୍ରଧାନ,ଦେବାଶିଷ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ସାଧୁ ମାନଙ୍କ ସମେତ, ସାହିତ୍ଵିକ, କବି ମାନେ ଯୋଗଦେଇ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଥିବା ସହିତ ପ୍ରତିଦିନ ପାରମ୍ପରିକ କଳା ପ୍ରଦର୍ଶନ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଜପ ଯଜ୍ଞ ସହିତ ଯୋଗ, ପ୍ରଣା୍ୟାମ ଓ ଛତ୍ରପୁର ଗଞ୍ଜାମର ପ୍ରତିଷ୍ଠିତ ପଞ୍ଚାଗବ୍ୟସିଦ୍ଧ ପ୍ରାକୃତିକ ଚିକିତ୍ସକ ଡା ନିରାକାର ବେହେରା, ବଲାଙ୍ଗୀର ର ବୈଦ୍ୟଶ୍ରୀ କୃଷ୍ଣ ଚନ୍ଦ୍ର ସିଂବାବୁ, ଧନଞ୍ଜୟ ବାଗ, ମାହେଶ୍ୱରୀ ଗୋଶାଳାର ଅଧକ୍ଷ ତଥା ବୈଦ୍ୟ ନିର୍ଗୁଣ ମହାକୁଡ଼ ଯୋଗଦେଇ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିରରେ ଯୋଗଦେଇ ଚିକିତ୍ସା କରିଥିଲେ l ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରୀ ରାଧା ମାଧବ ସେବା ଶ୍ରମ ଓ ବୌଦ୍ଧ ଜିଲ୍ଲା କଳା, ସଂସ୍କୃତି, ଧାର୍ମିକ ମହାସଂଘର କଲାକାର ଓ ଆଖପାଖ ଅଞ୍ଚଳର ଛୋଟବଡ଼ କଲାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମଠ କମିଟି, ଯଜ୍ଞ କମିଟି, ରାଧା ମାଧବ ସେବା ଶ୍ରମ, ମାହେଶ୍ୱରୀ ସେନା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ସାହଜପାଳ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡର ସ୍ବେଛାସେବୀ ମାନେ ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *