June 8, 2026
Home » ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

0
1001116331
ନୟାଗଡ଼ :ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ନୟାଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରଣ କରାଯାଇଛି।
                 ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍‌ ଟାକେରା ପଞ୍ଚାୟତର ମଞ୍ଜାରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୬୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା, ଏହି ବୃହତ ପ୍ରକଳ୍ପଟି ବର୍ତ୍ତମାନ କ୍ୟାବିନେଟ୍‌ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ୨୩,୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୧୦ ମେଗାୱାଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଆକଳନ କରାଯାଇଛି ।ଏହି ସମ୍ପର୍କରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ, ସ୍ଥାନୀୟ ଜନନେତା ଓ ବୁଦ୍ଧିଜୀବୀମାନେ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି। ସମଗ୍ର ଚାଷୀ କୂଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଯଥାଶୀଘ୍ର ଏହାର ଶିଳାନ୍ୟାସ କରାଯିବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ସଂଘ ତରଫରୁ ବିନମ୍ର ନିବେଦନ କରାଯାଇଛି। ଏହି ସ୍ମାରକ ପତ୍ର ( ଅନୁରୋଧ ପତ୍ର )ରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଏବଂ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର ଦସ୍ତଖତ କରିଥିବା ବେଳେ ସିନିୟର ସିଟିଜେନ୍ସ ଆସୋସିଏସନ ସଭାପତି ପ୍ରତାପ ନନ୍ଦ,ବିଜେପି ନେତା ସନ୍ତୋଷ ପ୍ରଧାନ, ଜୟ ନୟାଗଡ଼ ଫାଉଣ୍ଡେସନର ସଭାପତି ଶେଖ୍ ଅବଦୁଲ ଆହାଦଙ୍କ ସମେତ ସାମ୍ବାଦିକ ଲୋକନାଥ ମିଶ୍ର, ଗୋକୁଳ କୁମାର ଷଡ଼ଙ୍ଗୀ,ଉତ୍ପଳ ସାହୁ, ସୁଧାକର ମିଶ୍ର, ବିକ୍ରମ ସ୍ୱାଇଁ,ଜିତୁନ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *

You may have missed