ବୃଦ୍ଧାଶ୍ରମ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର —ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା ଠାରେ ଆଜିର ସମାଜରେ ଅନେକ ନିର୍ଯାତିତ, ନିଷ୍ପେସିତ ଏବଂ ଅବହେଳିତ ଅବସ୍ଥାରେ ଜୀବନ ବିତାଉଥିବା ଅସହାୟ ବୃଦ୍ଧ ବାପା ମା’ ମାନଙ୍କ ମୁହଁରେ ହସ ଫୁଟେଇବା ପାଇଁ ନମ୍ରତା ଫାଉଣ୍ଡେସନ ପକ୍ଷରୁ “ପିତୃ ମାତୃ ସେବା ଧାମ” ନାମରେ ଏକ ଵୃଦ୍ଧାଶ୍ରମ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଏହି ଭୂମି ପୂଜନ କାର୍ଯ୍ୟକ୍ରମ ସକାଳ ୧୦. ଘ. ସମୟରେ ଅନୁଷ୍ଠିତ ହେବା ସହ ଏହି ଭୂମି ପୂଜନ ରେ କର୍ତ୍ତା ଭାବେ ନମ୍ରତା ଫାଉଣ୍ଡେସନ ର ପ୍ରତିଷ୍ଠାତା ମହେନ୍ଦ୍ର ମହାକୁଳ ଏବଂ ପୂଜକ ଭାବେ ସୁଦାମ ମିଶ୍ର ଦାଇତ୍ୱ ତୁଲେଇଥିଲେ,ଏହି ଆଶ୍ରମ ରେ ବୃଦ୍ଧ ବାପା ମା’ ମାନଙ୍କୁ ସମ୍ପୂର୍ଣ ମାଗଣାରେ ରହିବା, ଖାଇବା ଆଉ ସ୍ୱାସ୍ଥ୍ୟ ସେବା ମିଳିବା ସହ ନିଜ ପରିବାର ଭଲି ସେବା ଯୋଗେଇଦେବା ପାଇଁ ଫାଉଣ୍ଡେସନ ପକ୍ଷରୁ ନିଷ୍ପତି ନିଆଯଇଛି,ଯେହେତୁ ଏହା ଏକ ବେସରକାରୀ ସ୍ୱଛାସେବୀ ଅନୁଷ୍ଠାନ ତେଣୁ ଏହି ଆଶ୍ରମ ନିର୍ମାଣ କାର୍ଯ୍ୟ ବହୁତ ଶୀଘ୍ର ଆରମ୍ଭ କରିବା ସହ ନିର୍ମାଣ ଖର୍ଚ୍ଚ ସମାଜର ଅନେକ ସମାଜସେବୀ,ବୁଦ୍ଧିଜୀବୀ, ଶିକ୍ଷାବିତ, ସ୍ବେଛାସେବୀ ସଂଗଠନ ଏବଂ ସମାଜ କୁ ଭଲପାଉଥିବା ଅନେକ ବ୍ୟକ୍ତିବିଶେଷ ଙ୍କ ସାହାଯ୍ୟ ସହଯୋଗ ରେ ଆଶ୍ରମ ନିର୍ମାଣ ହେବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି,ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ସଭାପତି ମହେନ୍ଦ୍ର ମହାକୁଳ ,ସମ୍ପାଦକ ପରମାନନ୍ଦ ମହାକୁଳ ଏବଂ କୋଷାଧକ୍ଷ ପ୍ରଶାନ୍ତ ମହାକୁଳ ଙ୍କ ସମେତ ସଂଗଠନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉତ୍ସବ କୁ ସଫଳ କରିବାରେ ସହଯୋଗ କରିଥିଲେ, ଵୃଦ୍ଧାଶ୍ରମ ଭଳି ଏକ ମହାନ କାର୍ଯ୍ୟ ର ଭୂମି ପୂଜନ କରିଥିବା ରୁ ଅନେକ ଅସହାୟ ମୁହଁରେ ହସର ଲହରୀ ଖେଳିବା ସହ ଅଞ୍ଚଳ ବାସି ନମ୍ରତା ଫାଉଣ୍ଡେସନ କୁ ଶୁଭେଚ୍ଛା ଜଣେଇବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
