November 11, 2026
Home » ମହାପ୍ରସାଦ କୁ କରିଦେଲେଣି ବ୍ୟବସାୟୀକରଣ

ମହାପ୍ରସାଦ କୁ କରିଦେଲେଣି ବ୍ୟବସାୟୀକରଣ

0
Screenshot 2026-11-11 163139

ମହାପ୍ରସାଦ କୁ କରିଦେଲେଣି ବ୍ୟବସାୟୀକରଣ । ଖୁଲମଖୁଲା ଶ୍ରୀମନ୍ଦିର ବାହାର ଚଢ଼ା ଦରରେ ଭକ୍ତ ଙ୍କୁ ବିକ୍ରୀ ହେଉଛି ମହାପ୍ରସାଦ।୧୦୦ ଟଙ୍କାର ଥାଳି କୁ ତିନି ଗୁଣା ଦରରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟ ରେ ଭକ୍ତ ଙ୍କୁ ମହାପ୍ରସାଦ ବିକ୍ରି କରୁଛନ୍ତି ଦଲାଲ।ମହାପ୍ରସାଦ ବିକ୍ରୀ ନାମରେ ଖୁଲମ୍ ଖୁଲା ଭକ୍ତ ଙ୍କୁ ଶୋଷଣ କରାଯାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ଚୁପ୍। ଭକ୍ତ ଙ୍କୁ ଶୋଷଣ ରୁ ରକ୍ଷା ଦେବା ପାଇଁ ଦଲାଲ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହାକୁ ନେଇ ଭକ୍ତ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ହେଉଥିବା ବେଳେ ଏନେଇ ପୁଲିସ ପ୍ରସାଶନ ଚୁପ୍ ବସିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ।

ଜଗନ୍ନାଥ ପ୍ରେମୀ ଚକ୍ରଧର ମହାପାତ୍ର କହିଛନ୍ତି, କିଛି ବ୍ୟକ୍ତି ଆନନ୍ଦ ବଜାର ତୁ ଖଲି ପତ୍ରରେ ମହାପ୍ରସାଦ ଆଣି ଶ୍ରୀମନ୍ଦିର ବାହାର ଭକ୍ତ ଙ୍କୁ ବିକ୍ରି କରିବା ଏକ ନିନ୍ଦନୀୟ ଘଟଣା। ଏହା କାର୍ଯ୍ଯ ଉପରେ ପ୍ରସାଶନ ଅଙ୍କୁଶ ଲଗାଇବା ଉଚିତ୍।ମହାପ୍ରସାଦ କେବଳ ଆନନ୍ଦ ବଜାର ରେ ବିକ୍ରୀ ହେବାର ନିୟମ ରହିଛି। ଶ୍ରୀମନ୍ଦିର ପ୍ରଶାସନ ର ବିନା ଅନୁମତି ରେ ମହାପ୍ରସାଦ ଆଣି ଶ୍ରୀମନ୍ଦିର ବାହାରେ ବିକ୍ରୀ କରିବା ଏକ ଦଣ୍ଡନୀୟ ଅପରାଧ। ବିଗତ ଦିନରେ ଆମେ ଦେଖିଛୁ କିଛି ବ୍ୟକ୍ତି ବାହାରେ ରୋଷେଇ କରି ମହାପ୍ରସାଦ ନାମରେ ବିକ୍ରୀ ପାଇଁ ଯୋଜନା କରିଥିଲେ। ଏହାର ପର୍ଦ୍ଦାଫାସ ମିଡିଆ ଦ୍ବାରା ହୋଇଥିଲା। ଏଣୁ ବାହାରେ ମହାପ୍ରସାଦ ବିକ୍ରୀ ହେଲେ ଏହାର ପବିତ୍ରତା ଉପରେ ଆଞ୍ଚ ଆସିବ। ନକଲି ମହାପ୍ରସାଦ ବିକ୍ରୀ କରି ଭକ୍ତ ଙ୍କୁ ଠକେଇ କରିବେ ଅସାଧୁ ବ୍ୟକ୍ତିମାନେ। ଏଣୁ ଏଭଳି ବେନିୟମ କାର୍ଯ୍ୟ କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ପ୍ରସାଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ। ପୂର୍ବରୁ କୋଭିଡ ସମୟ ରେ ଯେଭଳି ଭକ୍ତ ଙ୍କୁ ମହାପ୍ରସାଦ ଯୋଗାଇ ଦେବା ପାଈଁ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ଵାର ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହପ୍ରାସଡ ଟୋକନ କାଉଣ୍ଟର ହୋଇଥିଲା ସେହି ଭଳି ଏବେ ବ୍ୟବସ୍ଥା ହେଉ। ଏହା ଦ୍ବାରା ଭକ୍ତ ମାନେ ସହଜରେ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ପାଇ ପାରିବେ।ମହାପ୍ରସାଦ ବିକ୍ରି ନେଇ କୌଣସି ଅବ୍ୟବସ୍ଥା ହେବନାହିଁ।

ଏବେ ଚାଲିଛି କାର୍ତ୍ତୀକ ମାସ। ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର କୁ ଆସୁଛନ୍ତି ମହାପ୍ରଭୁ ଙ୍କ ଦର୍ଶନ ସହିତ ମହାପ୍ରସାଦ ସେବନ ପାଇଁ। ପ୍ରବଳ ଭକ୍ତ ଙ୍କ ସମାଗମ ହେଉଥିବାରୁ ଶ୍ରୀମନ୍ଦିର ଚାରି ଦ୍ଵାର ରେ ଶ୍ରୀମନ୍ଦିର କୁ ପ୍ରବେଶ କରିବା ପାଇଁ ଭକ୍ତ ଙ୍କୁ ୨ ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।ମହାପ୍ରସାଦ ଟିକେ ପାଇବା ପାଇଁ ଭକ୍ତ ଙ୍କୁ ଲାଇନ୍ ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଆଉ ଏହାର ଫାଇଦା ଉଠାଉଛନ୍ତି କିଛି ଦଲାଲ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟ ରେ ମହାପ୍ରସାଦ ନେବା ପାଇଁ ଆସୁଥିବା ଭକ୍ତ ଙ୍କୁ ଆନନ୍ଦ ବଜାର ରୁ ମହାପ୍ରସାଦ ଆଣିଦେବା କହି ଚଢ଼ା ଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି। ଯାହା ଫଳରେ ଅନେକ ଭକ୍ତ ଶୋଷଣ ର ଶିକାର ହେଉଛନ୍ତି। ପାଖରେ ପୋଲିସ ମୁତୟନ ଥିଲେ ମଧ୍ୟ ଆଶ୍ଚର୍ଯ୍ୟ ର କଥା ଏହି ଦଲାଲ ଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ପୋଲିସ ଓ ଦଲାଲ ମାନେ ମିଶି ମହାପ୍ରସାଦ କୁ ଚଢ଼ା ଦରରେ ବିକ୍ରୀ କରି ପକେଟ୍ ଗରମ କରୁଥିବା ଆଶଙ୍କା କରାଯାଉଛି। ତେବେ ଭକ୍ତ ଙ୍କୁ ସହଜରେ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ବାହାର ମହାପ୍ରସାଦ ବିକ୍ରୟ କେନ୍ଦ୍ର ବ୍ୟବସ୍ଥା କରିବାକୁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି। ଏହା ଦ୍ବାରା ଭକ୍ତ ମାନେ ସହଜରେ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ପାଇ ପାରିବେ। ଭକ୍ତ ମାନେ ଶୋଷଣ ର ଶିକାର ହେବେ ନାହିଁ। କେଭିଡ ମହାମାରୀ ସମୟରେ ଶ୍ରୀମନ୍ଦିର କୁ ଭକ୍ତ ଙ୍କ ପ୍ରବେଶ କଟକଣା ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ଵାର ନିକଟ ରେ ମହାପ୍ରସାଦ କାଉଣ୍ଟର ଖୋଲାଯାଇଥିବା। ଫଳରେ ଭକ୍ତ ମାନେ ଟୋକନ ନେଇ ସହଜରେ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ପାଇ ପାରୁଥିଲେ। ସେହି ବ୍ୟବସ୍ଥାକୁ ପୁନର୍ବାର ଲାଗୁ କରିବାକୁ ଭକ୍ତ ମାନେ ଦାବୀ କରିଛନ୍ତି। ଏହି ପ୍ରସ୍ତାବ ମଧ୍ୟ ପ୍ରଶାସନ କୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଦିଆଯାଇଛି। ହେଲେ କାର୍ତ୍ତୀକ ମାସ ରେ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ମହାପ୍ରସାଦ ପାଇବା ରେ ଭକ୍ତ ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏଣୁ ଭକ୍ତ ଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ଵାର ନିକଟ ରେ ମହାପ୍ରସାଦ ଟୋକନ କାଉଣ୍ଟର ଖୋଲାଯିବା ନେଇ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ସେପଟେ ଶ୍ରୀମନ୍ଦିର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ସୁଚନା ଅନୁସାରେ ଭକ୍ତ ଙ୍କୁ ସହଜରେ ଓ ଉଚିତ୍ ମୂଲ୍ୟରେ ମହାପ୍ରସାଦ ଯୋଗାଇ ଦେବା ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ଵାର ରେ ମହାପ୍ରସାଦ କାଉଣ୍ଟର ଖୋଲିବା ନେଇ ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି। ତେବେ ଆଗାମୀ ପରିଚାଳନା କମିଟି ବୈଠକ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ର ସୁଚନା ଅନୁସାରେ ସାଧାରଣ ଦିନରେ ଶ୍ରୀମନ୍ଦିର ରେ ୫୦ ରୁ ୬୦ ହଜାର ଲୋକ ଙ୍କ ପାଈଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ବେଳେ ୫୦ ରୁ ୬୦ କ୍ୱିଣ୍ଟାଲ ଚାଉଳ ଲାଗିଥାଏ। ତେବେ କାର୍ତ୍ତୀକ ମାସ ଓ ବିଭିନ୍ନ ପର୍ବ ପର୍ବାଣୀ ରେ ଶ୍ରୀମନ୍ଦିର ଲକ୍ଷାଧିକ ଭକ୍ତ ଙ୍କ ଆଗମନ ହେଉଛି। ଏଣୁ କାର୍ତ୍ତୀକ ମାସ ଓ ବିଭିନ୍ନ ପର୍ବ ପର୍ବାଣୀ ରେ ଏକ ଲକ୍ଷ ରୁ ଅଧିକ ଲୋକ ଙ୍କ ପାଈଁ ମହାପ୍ରସାଦ ପ୍ରସ୍ତୁତ ହୁଏ।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ କହିଛନ୍ତି, ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ଘଟଣା ଅତ୍ୟନ୍ତ ନିନ୍ଦନୀୟ।ମହାପ୍ରସାଦ କେବଳ ଆନନ୍ଦ ବଜାର ରେ ବିକ୍ରୀ ହେବାର ନିୟମ ରହିଛି। ତେବେ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ପଛରେ କାହାର ହାତ ରହିଛି ଘଟଣାର ତଦନ୍ତ ପାଇଁ ପୁରୀ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଭକ୍ତ ଙ୍କୁ ଉଚିତ୍ ମୂଲ୍ୟରେ ଓ ସହଜରେ ମହାପ୍ରସାଦ ବିକ୍ରି ପାଈଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ହୋଇଛି। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ କାଉଣ୍ଟର ଖୋଲିବା ନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ହୋଇଛି। ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରେ ଏ ନେଇ ଆଲୋଚୋନା ହେବ। କେଉଁଠି ମହାପ୍ରସାଦ କାଉଣ୍ଟର ଖୋଲିବ, କିଭଳି ଏହାର ପରିଚାଳନା ହେବ ସେ ନେଇ ସମ୍ପୂର୍ଣ ଆଲୋଚୋନା କରାଯାଇ ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *