ବେଥାନୀ କନଭେଣ୍ଟ ସ୍କୁଲର ପାସ ହର ଶତପ୍ରତିଶତ
ପାରାଦ୍ବୀପ..ସ୍ଥାନୀୟ ବେଥାନୀ କନଭେଣ୍ଟ ସ୍କୁଲରେ ଚଳିତ ବର୍ଷ କାଉନସିଲ ଫର ଦଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସାମ(CISCE)ଆଇ.ସି.ଏସ.ସି ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତ ବୁଧବାର ଦିନ ପ୍ରକାଶ ପାଇଛି,ଏଥିରେ ବିଦ୍ୟାଳୟର ଛାତ୍ରୀ ସୁହାନି ଦଳେଇ ସର୍ବାଧୂକ_ ଶତକଡା (95%)ପ୍ରତିଶତ ନମ୍ବର ରଖ୍ ବିଦ୍ୟାଳୟର ଟେକ ରଖୁଥିବା ବେଳେ କ୍ରମାଗତଭାବେ ସତ୍ୟବ୍ରତ ବେହେରା ଶତକଡା(94.6%) ପ୍ରତିଶତ ନମ୍ବର ରଖ୍ଦ୍ବି ତୀୟ, ଶ୍ରୀଦିବ୍ୟଜ୍ୟୋତି ମାଣିକ ଶତକଡା (92.8%) ପ୍ରତିଶତ ନମ୍ବର ରଖ୍ ତୃତୀୟ, ଓ ଶ୍ରୀଆଶୁତୋଷ ନାୟକ ଶତକଡା (90.6%)ପ୍ରତିଶତ ନମ୍ବର ରଖ୍ ଚତୁର୍ଥ ସ୍ଥାନ ଅଳଙ୍କୃତ କରିଛନ୍ତି, ପ୍ରକାଶ ଥାଉକି ବିଦ୍ୟାଳୟର ମୋଟ 64 ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ 56 ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 17 ଜଣ ଛାତ୍ର ଛାତ୍ରୀ ଶତକଡା (85%)ପ୍ରତିଶତ ନମ୍ବର ରଖ୍କୃତକାର୍ଯ୍ୟ ହୋଇଛନ୍ତି, ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫାଦର ସୁନୀଲ ଲାକ୍ରା ଓ
ପରିଚାଳକ ଫାଦର ନିହାର ରଞ୍ଜନ ପାରିଚ୍ଛା ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ
ଦ୍ବାରା ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକୁ କରିବା ସହ କୃତଜ୍ଞତା ଜଣାଇ ପିଲାମାନଙ୍କର ଉଜ୍ଜଳମୟ ଭବିଷ୍ୟତ ଜୀବନ କାମନା କରିଥିଲେ |
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
