January 24, 2025
Home » ବେସାହାରା ଙ୍କ ସାହାରା ସାଜିଛି ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ, ଅସହାୟ ଅଜଣା ବ୍ୟକ୍ତି ଉଦ୍ଧାର l

ବେସାହାରା ଙ୍କ ସାହାରା ସାଜିଛି ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ, ଅସହାୟ ଅଜଣା ବ୍ୟକ୍ତି ଉଦ୍ଧାର l

0

 

ସୁବର୍ଣ୍ଣପୁର — ସୋନପୁର ରେଲୱେ ଷ୍ଟେସନ ପାଖରେ ବୁଲୁଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ସ୍ବେଚ୍ଛାସେବୀ ମାନେ ଉଦ୍ଧାର କରିଛନ୍ତି। ପରେ ତାକୁ ଥାନାକୁ ଆଣିବା ପରେ ବ୍ୟକ୍ତିଟି ଭିନ୍ନକ୍ଷମ ତଥା କଥାବାର୍ତ୍ତା କରିପାରୁ ନ ଥିବା ଜଣାପଡ଼ିଥିଲା। ପରେ ବୁଢ଼ାରଜା ସ୍ବେଚ୍ଛାସେବୀ ସଂଗଠନ କୁ ଖବର ପହଞ୍ଚିଥିଲା। ସଂଗଠନର କାର୍ଯ୍ୟକର୍ତ୍ତା ଥାନାଧିକାରୀ ଙ୍କ ସହ କଥାବାର୍ତ୍ତା କରି ବ୍ୟକ୍ତିଙ୍କୁ ସ୍ଥାନୀୟ ବୁଢ଼ାରଜା ଛକ ଠାରେ ଥିବା ଆଶ୍ରମରେ ରଖିଥିବା ବେଳେ ଆଜି ତାଙ୍କ ଚୁଟି , ଦାଢି କାଟିବା ସହ ନୂଆ ବସ୍ତ୍ର ଦେଇ ତାଙ୍କର ଉପଯୁକ୍ତ ଯତ୍ନ ନେବା ସହ ଖାଇବାର ସୁବନ୍ଦୋବସ୍ତ କରିଛନ୍ତି। ତାଙ୍କର ଠିକଣା ଖୋଜା ଚାଲିଛି ଏବଂ ଯଦି କେହି ଜାଣି ପାରିବେ ତାହେଲେ ବୁଢ଼ାରଜା ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ 94388 35025 ନମ୍ବରରେ ଯୋଗାଯୋଗ କରିବା ପାଇଁ ସଂଗଠନ ର ସଦସ୍ୟ ଅନୁରୋଧ କରିଛନ୍ତି। ଯଦି ଠିକଣା ନ ମିଳେ ତାହେଲେ ବୁଢ଼ାରଜା ପରିସର ଆଶ୍ରମ ରେ ବ୍ୟକ୍ତିଙ୍କୁ ରଖାଯିବା ନେଇ ସଂଗଠନ ର ସଭାପତି ଶିବ ଶଙ୍କର ନାଏକ ସୂଚନା ଦେଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed