July 1, 2025
Home » ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ତାଲିମ୍ ଶିବିର

ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ତାଲିମ୍ ଶିବିର

0
WhatsApp Image 2024-09-27 at 6.31.09 PM (3)

 

:ତିର୍ତୋଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପକ୍ଷରୁ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ଏକ ପାଞ୍ଚଦିନଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମ.ପି ଙ୍କ ପ୍ରତିନିଧି ଶ୍ରୀଯୁକ୍ତ କାହ୍ନୁ ଚରଣ ସେଠୀ ପ୍ରଦୀପ ପ୍ରଜ୍ବଳନ ଉଦଘାଟନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ଫସଲ ସଂରକ୍ଷଣ ବୈଜ୍ଞାନିକ ଶ୍ରୀ ଦେବାଶିଷ ପଣ୍ଡା କାର୍ଯ୍ୟକ୍ରମ ଟି କୁ ପରିଚାଳନା କରିଥିଲେ ଓ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୩୦ ଜଣ ଚାଷୀ ଭାଇ ଓ ଭଉଣୀ ମାନେ ଏହି ତାଲିମ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଂଶଗ୍ରହଣ କରିଥିବା ଚାଷୀ ମାନେ ମହୁମାଛି କିସମ, ମହୁମାଛି ଦଳରେ ଥିବା ବିଭିନ୍ନ ଶ୍ରେଣୀର ମାଛି, ମହୁମାଛି ଜୀବନ ଚକ୍ର, ମଧୁଶାଳା ସ୍ଥାନ ନିରୂପଣ, ମହୁ ବାକ୍ସ ରଖିବା ସ୍ଥାନ, ମହୁ ମାଛି ପାଳନ ଆରମ୍ଭ କରିବା ସମୟ, ମହୁମାଛି ପାଳନ ପାଇଁ ଆବଶ୍ୟକ ସାମଗ୍ରୀ,ମହୁମାଛି ଦଳ, ମହୁଚାଷ ପାଇଁ ଉତ୍ତମ ମହୁମାଛି ଦଳ ଚୟନ,ମହୁମାଛି ଦଳର ଆବଶ୍ୟକ ଗୁଣବତ୍ତା,ସ୍ବIର୍ମ ଦଳ,ମହୁମାଛି ଦଳ ପରିବହନ,ମହୁମାଛି ଦଳ ପରିଚାଳନା,ମହୁବIକ୍ସ ନିରୀକ୍ଷଣ,ଋତୁ ଅନୁଯାୟୀ ମହୁମାଛି ଦଳର ପରିଚାଳନା, ପରାଗରେଣୁର ବିକଳ୍ପ ଖାଦ୍ୟ,ମହୁମାଛି କୁ କୀଟନାଶ କୁପ୍ରଭାବରୁ ସୁରକ୍ଷା,ମହୁମାଛିର ଶତ୍ରୁ ଓ ରୋଗ ପରିଚାଳନା,ମହୁ ଅମଳ ଇତ୍ୟାଦି ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। କର୍ଯ୍ୟକ୍ରମ ର ଦ୍ଵିତୀୟ ଦିନରେ ଚାଷୀମାନଙ୍କୁ ନେଇ ହଳଦିଆ ମଠ ଗ୍ରାମରେ ଦଳ ଧରିବା ପ୍ରଣାଳୀ କୁ ମଧ୍ୟ ଦେଖାଯାଇଥିଲା।

 

ବରିଷ୍ଠ ମହୁ ଚାଷୀ କୃଷ୍ଣଚନ୍ଦ୍ର ଦଳେଇ ଏବଂ ନିକୁଜ ପଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଆସିଥିବା ମାଷ୍ଟର ଟ୍ରେନର ଶ୍ରୀ ନିତାଇ ଚରଣ ଦଳେଇ, ଶ୍ରୀ ଅଶୋକ କୁମାର ଷଡ଼ଙ୍ଗୀ, ଶ୍ରୀ ରଞ୍ଜନ କୁମାର ମହାପାତ୍ର, ଶ୍ରୀ ପ୍ରମୋଦ କୁମାର ବିଶ୍ବାଳ, ଶ୍ରୀ ଦୀପକ କୁମାର ମୁଦୁଲି, ଶ୍ରୀ ଅଧୀର୍ କୁମାର ପଣ୍ଡା ଯୋଗ ଦେଇ ମହୁଚାଷ ସମ୍ଵନ୍ଧରେ ଜ୍ଞାନ ପ୍ରଦାନ କରିଥିଲେ ଏବଂ ଅନଲାଇନ୍ ମାଧ୍ୟମରେ ଡ଼ ବିକାଶ ପାତ୍ର ଓ ଡ଼ ପ୍ରଭାସିନୀ ବେହେରା ଋତୁ ଅନୁଯାୟୀ ମହୁମାଛି ଦଳର ପରିଚାଳନା କିପରି କରାଯିବ,ରୋଗ ପୋକରୁ କିପରି ମହୁମାଛି ଙ୍କୁ ରକ୍ଷା କରାଯିବା ସେ ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ।ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ଜୀବନଜିତ ସେନ ମାନପ‌ତ୍ର ପ୍ରଦାନ କରିଥିଲେ ଓ ୨୦ ରୁ ଉର୍ଦ୍ଧ ବାକ୍ସ ରଖିଥିବା ଚାଷୀ ଯଥା ଚିତ୍ତରଞ୍ଜନ ଗଚ୍ଛାୟତ,ସୁବେନ୍ଧୁ ଭୋଳ, ସୁରେଶ ମଲ୍ଲିକ, ମନୋରଞ୍ଜନ ରାଉତ ଙ୍କୁ ସମ୍ମାନିତ କରାଯାଇଥିଲା।କେନ୍ଦ୍ର ର ସମସ୍ତ ବୈଜ୍ଞାନିକ ଯଥା ଡ. ପ୍ରଦୀପ୍ତି ମାଝି, ଡ. ଦ୍ବାରିକା ମୋହନ ଦାସ, ଶ୍ରୀମତି ସସ୍ମିତା ପୁରୋହିତ,ଶ୍ରୀମତି ସରିତା ଦାସ ଓ ବୈଷୟିକ କର୍ମଚାରୀ ବିଜୟିନୀ ସାହୁ, ଡ.ବିଚିନ୍ନା ମୈତ୍ରୀ ରାଉତ ସହଯୋଗ କରିଥିଲେ।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *