ବୋଲେରୋ ପିକଅପ ଗାଡି କୁ ଧକ୍କା ଦେଲା OSRTC ବସ,40 ଯାତ୍ରୀ ଆହତ
ବୌଦ୍ଧ — ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ର ବୌଦ୍ଧ ଫିସୋରି (ମତ୍ସ୍ୟ କାର୍ଯ୍ୟାଳୟ) ଅଫିସ୍ ସମ୍ମୁଖରେ ମଧ୍ୟ ରାତ୍ରୀ ରେ ରାସ୍ତା କଡରେ ଛିଡା ହୋଇଥିବା ଦୁଇ ଟି ବୋଲେରୋ ପିକଅପ୍ ଗାଡି କୁ ଧକ୍କା ଦେଇଛି ଯାତ୍ରୀ ବାହୀ OSRTC ବସ୍ । ବସ୍ ଟି ଭୁବନେଶ୍ୱର ରୁ ଭବାନୀପାଟଣା କୁ ୪୦ ଜଣ ଯାତ୍ରୀ କୁ ନେଇ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ରାସ୍ତା କଡ଼ ରେ ଛିଡା ହେଇଥିବା ବୋଲେରୋ ପିକଅପ ଗାଡ଼ି କୁ ଧକ୍କା ଦେଇ ଥିଲା l ବସ ରେ ଥିବା ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି l ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୪୦ ଯାତ୍ରୀ । ଆହତ ମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା ଓ ପରେ ଯାତ୍ରୀ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡିଛି l ଦୁର୍ଘଟଣା ଘଟାଇଥିବା OSRTC ବସର ଡ୍ରାଇଭର ଘଟଣା ସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇଥିବା ସୂଚନା ମିଳିଛି l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ