June 28, 2026
Home » ବୌଦ୍ଧରେ “ବିକାଶର ଧାରା ଓଡ଼ିଶା ସାରା–୨୦୨୬” ସମାରୋହର ତୃତୀୟ ଦିବସରେ ଜିଲ୍ଲା ସ୍ତରୀୟ ଜାତି ଜନଜାତି ସମ୍ବାଦ ଦିବସ, ବିକାଶ କର୍ମଶାଳା ଏବଂ ଆଲୋଚନାଚକ୍ର

ବୌଦ୍ଧରେ “ବିକାଶର ଧାରା ଓଡ଼ିଶା ସାରା–୨୦୨୬” ସମାରୋହର ତୃତୀୟ ଦିବସରେ ଜିଲ୍ଲା ସ୍ତରୀୟ ଜାତି ଜନଜାତି ସମ୍ବାଦ ଦିବସ, ବିକାଶ କର୍ମଶାଳା ଏବଂ ଆଲୋଚନାଚକ୍ର

0
WhatsApp Image 2026-06-28 at 5.55.32 PM

ସୁବର୍ଣ୍ଣପୁର –ରାଜ୍ୟ ସରକାରଙ୍କ “ବିକାଶର ଧାରା ଓଡ଼ିଶା ସାରା–୨୦୨୬” କାର୍ଯ୍ୟକ୍ରମର ତୃତୀୟ ତଥା ଉଦଯାପନୀ ଦିବସ ଅବସରରେ ବୌଦ୍ଧ ଟାଉନ ହଲ୍‌ଠାରେ ଜିଲ୍ଲା ସ୍ତରୀୟ ଜାତି ଜନଜାତି ସମ୍ବାଦ ଦିବସ, ବିକାଶ କର୍ମଶାଳା ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରାଯିବା ସହିତ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା ଏବଂ “ବନ୍ଦେ ମାତରମ ” ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବୌଦ୍ଧ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡମ୍ବରୁଧର କହଁର ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଝରଣା ଜାନୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସୁର୍ଯ୍ୟନାରାୟଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ସ୍ୱାଗତ ଅଭିଭାଷଣରେ ଜିଲ୍ଲା କଲ୍ୟାଣ ଅଧିକାରୀ ଅନୁସୂଚିତ ଜାତି, ଜନଜାତି ଲୋକଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ, ଛାତ୍ରଛାତ୍ରୀ ବୃତ୍ତି, ଅନ୍ୟାନ୍ୟ ସ୍କଲାରସିପ୍ ସୁବିଧା, ହୋଷ୍ଟେଲ ପରିଚାଳନା କରିବା, ଜାତିଗତ ପ୍ରମାଣପତ୍ର ପ୍ରଦାନ ଓ ସରକାରୀ ଯୋଜନାଗୁଡ଼ିକର ସଠିକ କାର୍ଯ୍ୟାନ୍ୱୟନ କରିବା, ଅନ୍ତର୍ଜାତୀୟ ବିବାହ ଏବଂ ଅତ୍ୟାଚାର ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ବିଷୟରେ ସଚେତନ କରାଇଥିଲେ । ସାଂସଦଙ୍କ ପ୍ରତିନିଧି ବିଗତ ଦୁଇ ବର୍ଷରେ ସରକାରଙ୍କ ଦ୍ଵାରା ସାମୁହିକ ଭାବରେ ଜିଲ୍ଲାର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିଲେ । ଶ୍ରୀ କହଁର ସରକାରଙ୍କ ଦ୍ଵାରା ଅନୁସୂଚିତ ଜାତି , ଜନଜାତି ଏବଂ ପଛୁଆ ବର୍ଗ ମାନଙ୍କ କଲ୍ୟାଣ ନିମିତ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ଜିଲ୍ଲାପାଳ ନିଜ ଅଭିଭାଷଣ ରେ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି କରୁଥିବାର ସୂଚନା ଦେଇଥିଲେ ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ବିଗତ ଦୁଇ ବର୍ଷରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମ ଏବଂ “ଭିଜନ–୨୦୩୬” ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଅଧିକ୍ଷଣ ଯନ୍ତ୍ରି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଏସିଏଫ ଜଙ୍ଗଲ ବିଭାଗ, ଉପ ନିର୍ଦ୍ଦେଶକ ବୟନଶିଳ୍ପ ପ୍ରମୁଖ ନିଜ ନିଜ ବିଭାଗର ସଫଳତା ଓ ଭବିଷ୍ୟତ କର୍ମପନ୍ଥା ସମ୍ବନ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ବିଭିନ୍ନ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ବଣ୍ଟନ କରାଯାଇଥିଲା ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଣାମ ନୃତ୍ୟାନୁଷ୍ଠାନ, ସୃଷ୍ଟି ଡେନ୍ସ ଗୃପ୍, ମେଣ୍ଢୀମାଳ ଆଶ୍ରମ ସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ବଡବନ୍ଧ, ହରେକୃଷ୍ଣପୁର ହାଇସ୍କୁଲର ଛାତ୍ରଛାତ୍ରୀମାନେ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉକ୍ତ ସମାରୋହରେ ବହୁ ସଂଖ୍ୟକ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଅନୁସୂଚିତ ଜାତି ଜନଜାତି ସଦସ୍ୟ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ଏହି ଅବସରରେ ଶିକ୍ଷା ବିଭାଗ ତରଫରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ପି ଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟା ଳୟ ଓ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଵଛତା ଅଭିଯାନ ହୋଇଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *