ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ତରଫରୁ ଭଗବାନ ଧନ୍ଵନ୍ତରୀଙ୍କ ଜୟନ୍ତୀ ଉତ୍ସବ ପାଳିତ l
ବୌଦ୍ଧ –ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସରସରା ଖଲିଆସାହି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭଗବାନ ଧ୍ବନନ୍ତରୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଜିଲ୍ଲା ସମ୍ପାଦକ ଆଚାର୍ଯ୍ୟ ପ୍ୟାରୀମୋହନ ଶତପଥି ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତାଭାବେ ବୈଦ୍ୟ ସଙ୍ଘର ସକ୍ରିୟ ସଦସ୍ୟ ଜଗବନ୍ଧୁ ଭୋକ୍ତା ତୁଳାଇଥିଲେ l ଏହି ଅବସରରେ ଭଗବାନ ଧ୍ବନ୍ଵନ୍ତରୀଙ୍କ ପୂରlଣ ପଠନ କରାଯାଇ ସମସଙ୍କୁ ଆୟୁର୍ବେଦ1 ଶାସ୍ତ୍ର ଜାଣିବା ଓ ଜନ ସାଧାରଣଙ୍କୁ ଜଣାଇବା ବାର୍ତ୍ତା ଦିଆଯାଇଥିଲା l ପୌରାଣିକ ମତରେ ଭଗବାନ ବିଷ୍ଣୁ ମାନବ ସମାଜକୁ ନିରୋଗ ରଖିବା ପାଇଁ ଧନ୍ଵନ୍ତରୀ ଙ୍କ ଅବତାର ଗ୍ରହଣ କରିଥିଲେ l
ଏହି ଅବସରରେ ବୌଦ୍ଧ ଜିଲ୍ଲା ବୈଦ୍ୟ ସଙ୍ଘ ର ବାର୍ଷିକ ସାଧାରଣ ସଭା ବୈଦ୍ୟ ଜଗବନ୍ଧୁ ଭୋକ୍ତା ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବୈଦ୍ୟ ସଙ୍ଘ ଉପଦେଷ୍ଟl ତଥା ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସ୍ତରରେ ନିଷ୍କ୍ରିୟ ହୋଇ ଥିବା ଶତାଧିକ ସଦସ୍ୟଙ୍କୁ ସଂଗଠିତ କରି ଅନୁଷ୍ଠାନଙ୍କୁ ସରକାରୀ ସ୍ତରରେ ପଞ୍ଜିକରଣ କରିବା ସହିତ ରାଜ୍ୟ ସଙ୍ଘ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅନୁମୋଦିତ କରିବା, ଜିଲ୍ଲା କାର୍ଯ୍ୟାଳୟ ନିମନ୍ତେ ଜମି ଅଧିଗ୍ରହଣ ଓ ଅନୁଦାନ ପାଇଁ ପ୍ରଚେଷ୍ଟା, ସଂଜୀବନୀ ଭେଷଜ ଉଦ୍ୟାନ ନିମନ୍ତେ ଜମି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ପ୍ରାକୃତିକ ଓ ବୈଦ୍ୟଶାଳା ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା, ଗୋ ସୁରକ୍ଷା, ଔଷଧୀୟ ବୃକ୍ଷ ରୋପଣ ନିମନ୍ତେ ସଚେତନତା, ପଞ୍ଚାଗବ୍ୟ ଗବେଷଣା କେନ୍ଦ୍ର ଆସନ୍ତା ଦିନରେ ସ୍ଥାପନ କରିବା ସହିତ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ l ଆସନ୍ତା କାର୍ତ୍ତିକ ପାଞ୍ଚ ଦିନ ସିଦ୍ଧଗୁରୁ ମଠ, ଡମ୍ବରୁଗଡ଼ ଠାରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଅବସରରେ ନଭେମ୍ବର 11ତାରିଖରେ ରାଜ୍ୟ ସ୍ତରୀୟ ବୈଦ୍ୟ ସମ୍ବିଳନୀରେ ଜିଲ୍ଲାର ସମସ୍ତ ବୈଦ୍ୟ ଯୋଗ ଦେବାକୁ ଶ୍ରୀ ପଲିଆ ଅନୁରୋଧ କରିଥିଲେ l ସମ୍ମାନୀତ ଅତିଥି ଭାବେ ବୈଦ୍ୟ ସୌମିତ୍ରୀ ସାହୁ ଯୋଗଦେଇ ବୈଦ୍ୟ ହେବାକୁ ହେଲେ ଆଗ ତାଲିମ ନେଇ ସଦସ୍ୟତା ଚାନ୍ଦା ପୈଠ କରିବା ପାଇଁ ପ୍ରସ୍ତାବ ରଖିଥିଲେ l ଅନ୍ୟତମ ଅତିଥି ଭାବେ ମାହେଶ୍ୱରୀ ଗୋଶାଳା ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଯୋଗ ଦେଇ ଆସନ୍ତା ଦିନରେ ଗୋଶାଳାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ତ ବୈଦ୍ୟ ଯୋଗ ଦେବାକୁ ଅନୁରୋଧ କରିଥିଲେ l ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରି ସରକାରୀ ସ୍ତରରେ ବୈଦ୍ୟ ମାନଙ୍କୁ ସ୍ୱୀକୃତି ଦେବା ସହିତ ସମ୍ମାନଜଣକ ଭତ୍ତା ନେବାକୁ ଦାବୀ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆଖ ପାଖ ଅଞ୍ଚଳର ବୈଦ୍ୟ ନିରଞ୍ଜନ ନାଗ, ଶିବ ରଣା, ଜଗନ୍ନାଥ ମଲ୍ଲିକ,ବିଛନ୍ଦ ଦେହୁରୀ ବିଭିନ୍ନ ଆଲୋଚନାରେ ଭାଗ ନେଇଥବାବେଳେ ଦେବାଶିଷ ପ୍ରଧାନ, ହିମାଂଶୁ ଶେଖର ପ୍ରଧାନ, ସଞ୍ଜୟ ପ୍ରଧାନ, ଶେଷଦେବ ଛନ୍ଦ, ପ୍ରମୁଖ ସହଯୋଗ କରିଥିଲେ l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )