October 10, 2024
Home » ବୌଦ୍ଧ ତାଏକୋଣ୍ଡୁ ଖେଳାଳୀ ଆଣିଲେ ଓଡ଼ିଶା ପାଇଁ ଗୌରବ l

ବୌଦ୍ଧ ତାଏକୋଣ୍ଡୁ ଖେଳାଳୀ ଆଣିଲେ ଓଡ଼ିଶା ପାଇଁ ଗୌରବ l

0

 

ବୌଦ୍ଧ –ଉତ୍ତରପ୍ରଦେଶ ର ଆଗ୍ରା ସ୍ଥିତ ହୋଲି ପବ୍ଲିକ ସ୍କୁଲ ପରିସରରେ ତାଏକୋଣ୍ଡୁ ଫେଡେରେସନ ଅଫ ଇଣ୍ଡିଆ ଦ୍ଵାରା ସେପ୍ଟେମ୍ବର ୮ରୁ୧୦ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ତାଏକୋଣ୍ଡୁ ପ୍ରତିଯୋଗିତାରେ ବୌଦ୍ଧ ତାଏକୋଣ୍ଡୁ ସଂଘର ୮ଜଣ ଖେଳାଳୀ କୋଚ୍ ଅଂଜିତ ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓଡ଼ିଶା ତରଫରୁ ଖେଳି ପୂମସିି ଇଭେଣ୍ଟ ରେ ଓଡ଼ିଶା ପାଇଥିବା ୨୦ ଟି ସ୍ଵର୍ଣ୍ଣ ପଦକ ରୁ ବୌଦ୍ଧ ଖେଳାଳୀ ମୋଟ ୧୧ଟି ସ୍ଵର୍ଣ୍ଣ ପଦକ ହାସଲ କରି ବୌଦ୍ଧ ତଥା ଓଡ଼ିଶା ପାଇଁ ଗୌରବ ଆଣି ଥିବାରୁ ଅଭିଭାବକ ତଥା କ୍ରୀଡ଼ାପ୍ରେମୀ ଙ୍କ ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି।

ସବ୍ ଜୁନିଅର୍ ଟିମ୍ ପୁମ୍ସୀ ରେ ପ୍ରୀୟାନ୍ସି ପ୍ରିୟଦର୍ଶିନୀ ସାହୁ, ତୁଳସୀ ଶତପଥୀ, ଆକାଂକ୍ଷା ପ୍ରଧାନ, ଜୁନିଅର୍ ଇଣ୍ଡିଭିଜୁଆଲ ପୁମ୍ମସି ରେ ଅନ୍ୱେଷା ସାହୁ, ଜୁନିଅର୍ ପେଆର ପୁମସି ରେ ଚନ୍ଦ୍ର ପୂଜିତା ମିଶ୍ର ଓ ଅବିନାଶ ମେଣ୍ଡିଲୀ, ଜୁନିଅର୍ ବାଳିକା ଟିମ୍ ପୁମସୀ ରେ ଅଞ୍ଜେଲିନା ଲୁଗୁନ, ଚନ୍ଦ୍ର ପୂଜିତା ମିଶ୍ର ଓ ଅନ୍ୱେଷା ସାହୁ ଏବଂ ଜୁନିଅର୍ ବାଳକ ଟିମ୍ ପୁମ୍ସିି ରେ ଜଗନ୍ମୟ ସାହୁ, ଅବିନାଶ ମେଣ୍ଡିଳୀ ଓ ଭବେସ ଚନ୍ଦ୍ର ଦିକ୍ଷୀତ ଭାଗନେଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପାଇଁ ସଫଳ ହୋଇପାରିଛନ୍ତି। ଅଞ୍ଜିତ କୁମାର ସାହୁ ଓଡ଼ିଶାର ଶ୍ରେଷ୍ଠ ପୁମ୍ସିି କୋଚ୍ ଭାବେ ସ୍ଵତନ୍ତ୍ର ଭାବେ ସମ୍ମାନିତ ହୋଇଥିଲେ।ସଭାପତି ଯଜ୍ଞେଶ୍ଵର ମିଶ୍ର ଙ୍କ ସମେତ ସମସ୍ତ କମିଟି ମେମ୍ବର ଓ ଅଭିଭାବକ ତଥା ଜନସାଧାରଣ କୋଚ୍ ତଥା ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *