September 24, 2026
Home » ବୌଦ୍ଧ ପାଇଁ ଗୌରବ ଆଣିଲେ 4 ଛାତ୍ର ଓ 4 ଛାତ୍ରୀ

ବୌଦ୍ଧ ପାଇଁ ଗୌରବ ଆଣିଲେ 4 ଛାତ୍ର ଓ 4 ଛାତ୍ରୀ

0
WhatsApp Image 2026-09-24 at 3.28.07 PM

 

ସୁବର୍ଣ୍ଣପୁର –ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡୁ ପ୍ରତିଯୋଗିତା 2026/27 କେନ୍ଦୁଝର ଠାରେ oct.21ତାରିଖରୁ 24 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ 200 ଜଣ ପୁଅ ଓ 130 ଜଣ ଝିଅ ଅଂଶଗ୍ରହଣ କରିଥିଲେ। ବୌଦ୍ଧ ଜିଲ୍ଲାରୁ 4ଜଣ ପୁଅ ଓ 4ଜଣ ଝିଅ ଅଂଶଗ୍ରହଣ କରି ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଜିଲ୍ଲା ପାଇଁ 3 ଟି ଗୋଲଡ ମେଡାଲ 1 ଟି ସିଲଭର ମେଡାଲ ଓ 2 ଟି ବ୍ରୋଞ୍ଜ ମେଡାଲ ଆଣି ବୌଦ୍ଧ ଜିଲ୍ଲା କୁ ଟାଏକୋଣ୍ଡୁ କ୍ଷେତ୍ରରେ ସୁନାମ ଦେଇଛନ୍ତି ସେମାନେ ହେଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟମ ଶ୍ରେଣୀ ଛାତ୍ରୀ ତୁଳସୀ ଶତପଥି ଗୋଲଡ ମେଡାଲ , K B HIST H S S ର XI ଶ୍ରେଣୀ ର ଛାତ୍ର ଅଶମିତ କୁମାର ସାହୁ ଗୋଲଡ ମେଡାଲ , K B HIST H S S ର XI ଶ୍ରେଣୀ ର ଛାତ୍ର ସୁଭାଶିଷ ମହିଶାଲ ଗୋଲଡ ମେଡାଲ , ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ସ୍କୁଲ , ବୌଦ୍ଧ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରିୟାଂଶି ରିୟlଦର୍ଶିନୀ ସାହୁ ସିଲଭର ମେଡାଲ , S S V M,ବୌଦ୍ଧ ର ଦଶମ ଶ୍ରେଣୀ ଛାତ୍ର ସ୍ୱାଗତ ମିର୍ଦ୍ଧା ବ୍ରୋଞ୍ଜ ମେଡାଲ ଓ PM SHREE G G H S ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଏମ ପ୍ରତ୍ୟୁଷ ସୁବୁଦ୍ଧି ବ୍ରୋଞ୍ଜ ମେଡାଲ ପାଇଛନ୍ତି। ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅବନିକା ଦେହୁରୀ , J D H S ର 7TH CLASS ର ଛାତ୍ର ଓମମ ହିଶାଲ ଉଚ୍ଚକୋଟୀର ଖେଳ ରଦର୍ଶନ କରି ମଧ୍ୟ ମେଡାଲ ପାଇବାରୁ ବଞ୍ଚିତ ହୋଇଥିଲେ । ଏ ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କୁ ବୌଦ୍ଧ ଟାଇକଣ୍ଡୋ ଆସୋସିଏସନ ତରଫରୁ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *