February 7, 2025
Home » ବ୍ରହ୍ମପୁର ପ୍ରାଥମିକ ଶିକ୍ଷକ ସଂଘର କ୍ୟାଲେଣ୍ଡର ଉନ୍ମୋଚନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର ପ୍ରାଥମିକ ଶିକ୍ଷକ ସଂଘର କ୍ୟାଲେଣ୍ଡର ଉନ୍ମୋଚନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

0

ବ୍ରହ୍ମପୁର : ଗୁରୁବାର ଦିନ ସ୍ଥାନୀୟ ଗେଟ ବଜାର ସ୍ଥିତ ଏନ୍ ଜି ଓ ହଲ୍ ପରିସରରେ ମହାନଗର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବନ୍ଧୁ ମିଳନ ଓ ବାର୍ଷିକ କ୍ୟାଲେଣ୍ଡର୍ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ,ରଙ୍ଗେଇଲୁଣ୍ଡା ବି ଇ ଓ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ଶୁକ୍ଲା, ମହାସଚିବ, AUPTF,ଶ୍ରୀମତୀ ଚାରୁଲତା ମହାପାତ୍ର,ରାଜ୍ଯ ସଂଗଠନ ସମ୍ପାଦକ , ଏୟୁପିଟିଅଫ ,ଶ୍ରୀ ମନୋଜ କୁମାର ସ୍ଵାଇଁ ,ଶିକ୍ଷାବିତ୍ ତଥା ଜେନିଥ କ୍ଲାସେସ ର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ସଂଘର ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ତାରିଣୀ ଓ ସମ୍ପାଦକ ଶ୍ରୀଯୁକ୍ତ ଅବନୀ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ l

ଏହି ଅବସରରେ ରେ ରଙ୍ଗେଇଲୁଣ୍ଡା ବ୍ଲକ ର ୧୭ ଜଣ ସିଆରସିସି ତଥା ୨ ଜଣ ପୂର୍ବତନ ସି ଆର ସି ସି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏଥିରେ ଶିକ୍ଷକ ଶ୍ରୀ ଅରୁଣ କୁମାର ସାହୁ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜ୍ଞାନୀ ସାହୁ ମଞ୍ଚ ପରିଚାଳନା ଓ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l ଉକ୍ତ ଉତ୍ସବର ସୁପରିଚାଳନା କରିବାରେ ଶ୍ରୀମତୀ ସୁନୀତା ପଟ୍ଟନାୟକ,ମମତା ପାଣିଗ୍ରାହୀ, ଶ୍ରୀ ବାଙ୍କ ପ୍ରଧାନ, ଶ୍ରୀ ବିଭୁତି ଭୂଷଣ ପଣ୍ଡା, ଶ୍ରୀ ଈଶ୍ୱର ବେହେରା,ଶ୍ରୀ ଅନୁଜ ପ୍ରଧାନ,ଅଭୟ ସେଠୀ, ଶ୍ରୀ ଏ ଭଗବାନ,ଶ୍ରୀମତୀ ସୁନିତା ପଟ୍ଟନାୟକ, ରୀତା ରାଣୀ ବେହେରା, ଶ୍ରୀମତୀ ତନୁଜା କୁମାରୀ ଦେବୀ ଏବଂ ଶ୍ରୀମତୀ ବି,ଦୁହିତାତ୍ମା ପାତ୍ର ତଥା ବରିଷ୍ଠ ଶିକ୍ଷାବିତ୍ ଓ ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ କେ,କୃଷ୍ଣ ମୂର୍ତ୍ତି, ଶ୍ରୀଯୁକ୍ତ ହାଡ଼ିବନ୍ଧୁ ମାଳି, ଶ୍ରୀଯୁକ୍ତ ନରସିଂହ ପାଢ଼ୀ ଓ ଶ୍ରୀଯୁକ୍ତ ସୀମାଞ୍ଚଳ ମିଶ୍ର,ଶ୍ରୀ ପ୍ରଫୁଲ୍ଲ କୁମାର ଦାସଙ୍କ ସହଯୋଗ ରେ ସାଫଲ୍ଯ ମଣ୍ଡିତ ହୋଇଥିଲା l

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *