August 18, 2026
Home » ବ୍ରହ୍ମପୁର ପ୍ରେସ କ୍ଲବ ତରଫରୁ ଧୂମଧାମରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

ବ୍ରହ୍ମପୁର ପ୍ରେସ କ୍ଲବ ତରଫରୁ ଧୂମଧାମରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

0
WhatsApp Image 2026-08-17 at 11.26.08 AM

 

ବ୍ରହ୍ମପୁର,:- (ନରସିଂହ ଡାକୁଆ) ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଆଜି ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।କ୍ଲବର କୋଷାଧକ୍ଷ ଶ୍ରୀ ଶିବ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ ସଭାପତି ଶ୍ରୀ ଅଶୋକ ବ୍ରହ୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତ ସଦସ୍ୟ ସମବେତ ସ୍ୱରରେ ଜାତୀୟ ସଙ୍ଗୀତ ଗାନ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ସଭାପତି ଶ୍ରୀ ବ୍ରହ୍ମା କହିଲେ, “ଆଜିର ଦିନ ଆମ ପାଇଁ ଗର୍ବ ଓ ଗୌରବର ଦିନ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଦାୟିତ୍ୱ ସବୁଠୁ ବଡ଼। ଆମେ ସଦାସର୍ବଦା ସତ୍ୟ ଓ ନିରପେକ୍ଷତାର ସହ ଲୋକଙ୍କ ସ୍ୱର ପହଞ୍ଚାଇବାକୁ ବଦ୍ଧପରିକର।”

କାର୍ଯ୍ୟକ୍ରମରେ କ୍ଲବର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ପ୍ରଶାନ୍ତ ଦାସ,ଶ୍ରୀ ନାଗେଶ୍ୱର ପୃଷ୍ଟି, ଶ୍ରୀ ନାରାୟଣ ମହାଙ୍କୁଡ, ଶ୍ରୀ ସମୀର ଆଚାର୍ଯ୍ୟ, ଶ୍ରୀ ସୁଦିପ ସାହୁ, ଶ୍ରୀ ମୃତୁଞ୍ଜୟ ସାହୁ, ଶ୍ରୀ ପିଣ୍ଟୁ ବେହେରା, ଶ୍ରୀ ମନୋଜ ପଣ୍ଡା, ଶ୍ରୀ ସୁରଥ ପଟ୍ଟନାୟକଙ୍କ ସମେତ କାଳିଆ,ଉମା ଚରଣ,ପ୍ରଶାନ୍ତ,ଅଭିଜିତ,ରୂପକ,ଲଡ଼ୁ,ରଶ୍ମିତା,ବନିତା ପ୍ରମୁଖ ସାମିଲ ଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କୋଷାଧକ୍ଷ ଶ୍ରୀ ଶିବ ନାରାୟଣ ପଣ୍ଡା ସୁପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କ୍ଲବର ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ସହରର ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇ ମିଠା ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *