ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା
ସାମିଲ ହେଲେ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଅରବିନ୍ଦ ପାଠଚକ୍ରର ସମ୍ପାଦକ ଦେବାର୍ଚ୍ଚନ ସାହୁ, ଅଧ୍ୟାପକ ପଞ୍ଚାନନ ମିଶ୍ର ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । କୋଷାଧ୍ୟକ୍ଷ ଦେବାଶିଷ ମେହେର ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଗଙ୍ଗାଧରୀୟ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଙ୍ଗୀତର ଉଚ୍ଚ ପ୍ରାଥମିକ ବିଭାଗରେ ଓଏଭିର କରନ ପଧାନ ପ୍ରଥମ, ଟି.ଗଣ୍ଡପାଲିର ରୋଷନା ଦୀପ ଦ୍ବିତୀୟ, ସଙ୍କର୍ଷଣ ଉଚ୍ଚ ପ୍ରାଥମିକର ଅମ୍ରିତା ଥଇତ ଓ ଫିରୋଜିନୀ ତରିଆ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମାଧ୍ୟମିକ ବିଭାଗରେ ଓଏଭିର ପ୍ରିୟାଂଶୀ ସେଠ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଓମ୍ କୁମାର ସାହୁ ଯୁଗ୍ମ ଭାବେ ପ୍ରଥମ, ଓଏଭିର ଶିଭମ ସାହୁ ଦ୍ବିତୀୟ, ଟି.ଗଣ୍ଡପାଲିର ସାନିନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ଉଚ୍ଚ ମାଧ୍ୟମିକ ବିଭାଗର ସଙ୍ଗୀତରେ ଓଏଭିର ଇଶିକା ଦେବତା ପ୍ରଥମ, ବିଜେପୁର ମହାବିଦ୍ୟାଳୟର ଅନ୍ବେଷା ଦାଶ ଦ୍ବିତୀୟ, ରେଡିଏନ୍ସର ସୁମୀ ବାଗ ତୃତୀୟ, ମହାବିଦ୍ୟାଳୟ ବିଭାଗରେ ବିଜେପୁର କଲେଜର ସଞ୍ଚିତା ଥଇତ ପ୍ରଥମ, ସରିତା ଲୁହା ଦ୍ବିତୀୟ, ଝାନସୀରାଣୀ ସେଠ ତୃତୀୟ ହୋଇଥିଲେ । ଉଚ୍ଚ ମାଧ୍ୟମିକ ବିଭାଗର ବକ୍ତୃତା ଗଙ୍ଗାଧରଙ୍କ “ତାକୁ ମଧ୍ୟ ବୋଲୁଥାନ୍ତି ଧର୍ମାବତାରରେ ସଂସ୍କାର” ଏକ ପ୍ରମୁଖ ବିନ୍ଦୁ ଶୀର୍ଷକରେ ରେଡିଏନ୍ସର ଅମନ ମେହେର ପ୍ରଥମ, ଓଏଭିର ଗୁଡଲି ମିଶ୍ର ଦ୍ବିତୀୟ, ରେଡିଏନ୍ସର ପୁନମ ସାହୁ ତୃତୀୟ ହୋଇଥିଲେ । ମହାବିଦ୍ୟାଳୟ ବିଭାଗର “ତପସ୍ବିନୀ କାବ୍ୟରେ ସୀତାଙ୍କ ଚରିତ୍ର ବିକାଶରେ ନିଦ୍ରା ଦେବୀଙ୍କ ଭୂମିକା” ଶୀର୍ଷକ ତର୍କରେ ବିଜେପୁର କଲେଜର ସ୍ବର୍ଣ୍ଣକାନ୍ତୀ ସାହୁ କୃତିତ୍ୱର ସହିତ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିଲେ । ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ଡକ୍ଟର ବିବେକାନନ୍ଦ ପଧାନ, ଅଧ୍ୟାପକ ବଳିଷ୍ଠ ପୁରି, ଡୁଙ୍ଗୁରିପାଲି କଲେଜର ଅଧ୍ୟାପକ ଜଗନ୍ନାଥ ଦୀପ, କଣ୍ଠଶିଳ୍ପୀ ସୁଷମା ଭୋଇ, ବରୁଣ ବାଗ ଓ ରିଙ୍କୁ ମେହେର, ଦେବେନ୍ଦ୍ର ମଟାରୀ, ଗୀତିକାର ମକରଧ୍ବଜ ସାହୁ ପ୍ରମୁଖ ବିଚାରକ ଭାବେ ସାମିଲ ଥିଲେ । କବୟିତ୍ରୀ ସାବିତ୍ରୀ ମେହେର, ସିଆରସିସି ପ୍ରଭାତ ରଞ୍ଜନ ସାହୁ ଓ ଦୁର୍ବାଦଳ ବଡଗୋଛିଆ, ଡିଲେଶ୍ବର ମେହେର, ଯୁଗେଶ୍ବର ତାଣ୍ଡି, ମକରଧ୍ବଜ ମେହେର, ଜଗତଜ୍ଜୀବନରାମ ଡନସନା, ଡକ୍ଟର ଦୀନେଶ କୁମାର ଅଗ୍ରଓ୍ବାଲା, ଯୁବରାଜ ଦୀପ, ସାମାଜିକକର୍ମୀ ନିର୍ମଳ ମେହେର, ଦିଲେଶ୍ ମେହେର ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ବୁଧବାର ପ୍ରକାଶିତ ହେବ ବୋଲି ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
