August 21, 2026
Home » ବ୍ଲକ ସ୍ତରୀୟ ୱାଟରସେଡମହୋତ୍ସଚ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଲକ ସ୍ତରୀୟ ୱାଟରସେଡମହୋତ୍ସଚ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-01-19 at 9.48.26 PM

 

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ 2026 ସମାରୋହରେ ସୋମବାର ଦିନ ପଙ୍ଗତିରା ପଂଚାୟତ ଶୁଭ ଆନୁକୂଲ୍ୟରେ ପ୍ରଭାତ ଫେରି କାର୍ଯ୍ୟକର୍ମ ପରିଚାଳିତ ହୋଇଯାଇଛି.ଜଳ ହିଁ ଜୀବନ. ଜଳ ବିନା ଜିବ ଜଗତ ତିଷ୍ଠିବା ଅସମ୍ଭବ ହୋଇପଡ଼ିଯାଏ.ଏହି ପରିପେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସଂସ୍ଥାକୁ ତୋରାନ୍ୱିତ କରିବା ପାଇଁ କମିଟି ଗଠନ କରାଯାଇଛି

ଢେଙ୍କାନାଳ ମୂର୍ତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ଉନୟନ ବିଭାଗ ଆନୁକୂଲ୍ୟରେ ପଙ୍ଗାତିରା ଗ୍ରାମରେ ପ୍ରଧାନମନ୍ତ୍ରୀ କୃଷି ସିଚାଇ 2.0 ଯୋଜନା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ ବାରଘାଇ ନାଳ ଜାଳବିଭାଜିକା କମିଟି ସହଯୋଗରେ ବ୍ଲକ ସ୍ତରୀୟ ୱାଟରସେଡ ମହୋତ୍ସବ ଶୁଭାରମ୍ଭ କରାଯାଇଛି ଏହା କିପରି ପ୍ରତିଫଳିତ ହୋଇ ପାରିବ ସେଥିପାଇଁ ପଙ୍ଗାତିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଭାତ ଫେରି କରାଯାଇଥିଲା ଜଳବିଭାଜିକା ସମ୍ପକିତ ସଚେତନତା ବାର୍ତ୍ତା ପାହାଚାଇଥିଲେ.ଏଥି ସହିତ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.କାଯ୍ୟକ୍ରମରେ ସରପଞ୍ଚ କରୁଣାକର ସାହୁ, ସଭାପତି ଲୋକନାଥ ସାହୁ, ସମ୍ପାଦକ ବୃନ୍ଦାବନ ସାହୁ, ଯନ୍ତ୍ରୀ ଧୁସାସନ ନାୟକ, ଏବଂଜଳ ବିଭାଜିକା କର୍ମଚାରୀ ରୀତେଶ ଜେନା, ପ୍ରକାଶ ଚନ୍ଦ୍ର ଘଡେଇ, ରୋଜାଲିନ ସାହୁ ଉପସ୍ଥିତ ରହି ସୁପରିଚାଳନା କରିଥିଲେ.!

 

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଇ ପି ଏ ରିପୋର୍ଟର ସୁବାଷ ପଧାନ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।