April 27, 2025
Home » ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

0
WhatsApp Image 2024-08-02 at 5.25.03 PM

ଗଣିଆ (ଇପିଏ) ଗଣିଆ ବ୍ଳକ ସଭା ଗୃହରେ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ଝୁନା ଜେନା,ବିଡ଼ିଓ ଡ.ବେବିତା ମଞ୍ଜରୀ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ,ବ୍ଳକ ସହକାରୀ ଯନ୍ତ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ, ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଗାମୀ ୯ ତାରିଖରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟରେ ୭.୧୫ମି ସମୟରେ ପତାକା ଉତ୍ତୋଳନ ହେବା ପାଇଁ ସ୍ଥିର କରାଯାଇଥିବା ବେଳେ ଗାନ୍ଧୀ ପୀଠରେ ୭ .୪୫ମି ଏବଂ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟରେ ଜେନେରାଲ ପତାକା ଉତ୍ତୋଳନ ୮ ଘଟିକା ୧୫ମି ସମୟରେ ହେବା ପାଇଁ ନିଷ୍ପତି ନିଆଯାଇଥିଲା । ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ବୋଲି ସ୍ଥିର କରାଯାଇଥିଲା । ଭୋରରୁ ପ୍ରଭାତ ଫେରି ସହିତ ରାମଧୁନ ଗାନ କରାଯାଇ ବିଭିନ୍ନ ଗ୍ରାମ ପରିକ୍ରମା କରିବାକୁ ସ୍ଥିର କରାଯାଇଥିଲା । ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଦିଆଯାଉଥିବା ସାର୍ଟିଫିକେଟ ଏବଂ ପୁରସ୍କାର ବ୍ଳକ ଶିକ୍ଷା ବିଭାଗ ପ୍ରଦାନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

 

ଗଣିଆରୁ ବ୍ରଜ କିଶୋର ସାହୁଙ୍କ ରିପୋର୍ଟ

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *