June 13, 2025
Home » ଭରତପୁର ଥାନା ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରି ଶୁଣାଣି କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

ଭରତପୁର ଥାନା ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରି ଶୁଣାଣି କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

0
WhatsApp Image 2024-09-23 at 2.58.18 PM

 

କଟକ: ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଥାନାରେ ସି ସି ଟିଭି ପ୍ରସଙ୍ଗରେ ରିପୋର୍ଟ ତଲବ ବି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।ଏଭଳି ଘଟଣା ଯେପରି ପୁଣି ନ ଘଟେ, ସରକାର ସେଥିପ୍ରତି ଦୃଷ୍ଟି ଦେବାକୁ ବି ତାଗିଦ୍ କରିଛନ୍ତି।ଏଣେ ବିଚାର ବିଭାଗୀୟ ତଦନ୍ତ, କ୍ରାଇମ୍ ବ୍ରାଞ୍ଚକୁ ତିନି ଅଭିଯୋଗର ତଦନ୍ତ ଓ ପୋଲିସଙ୍କ ନିଲମ୍ବନ ସଂକ୍ରାନ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସରକାର ଅବଗତ କରିଛନ୍ତି। ଓଡ଼ିଶାର ୬୫୦ରୁ ୫୭ ଥାନାରେ ସିସିଟିଭି ନାହିଁ। ଭରତପୁର ଥାନାରେ ସିସିଟିଭି ନ ଥିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସିସିଟିଭି ବ୍ୟବସ୍ଥା ନେଇ ପୁଲିସ ଆଧୁନିକୀକରଣ ଲାଗି ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୯ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।ଆଗକୁ ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ନାଁ ବାହାରେ ପ୍ରକାଶ ନ କରିବାକୁ ତାଗିଦ୍ ବି କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *