November 7, 2026
Home » ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ରେ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ

ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ରେ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ

0
WhatsApp Image 2026-09-23 at 3.09.23 PM

ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଆଜି ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ ।
ଏଣୁ ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ପରେ ଅପରାହ୍ନ ୫ ଟା ଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

(ବାମନ ଜନ୍ମ ବା ବାମନ ଦ୍ୱାଦଶୀ)

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁ ଙ୍କ ପଞ୍ଚମ ଅବାତାର ବାମନ ଙ୍କ ଆବିର୍ଭାବ ଦିବସ। ତେଣୁ ବାମନ ଜନ୍ମ ବା ବାମନ ଦ୍ୱାଦଶୀ’ ଭାବରେ ମଧ୍ୟ ଏହି ଦିନଟି ଆଖ୍ୟାୟିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ଶ୍ଵରୁପି ତାଙ୍କୁ ରଥ ଉପରେ ବାମନ ବେଶ ରେ ଦର୍ଶନ କଲେ ପୁନର ଜନ୍ମ ହୁଏ ନାହିଁ ବୋଲି ବିଶ୍ଵାସ ଅଛି। ତେଣୁ ମହାପ୍ରଭୁଙ୍କ ର ବାମନ ଜନ୍ମ ନୀତି ଶ୍ରୀ ମନ୍ଦିରରେ ବିଧି ବିଧାନ ସହ ପାଳନ କରାଯାଏ। ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ଵାଦଶୀ ତିଥିର ମଧ୍ୟାହ୍ନ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାମନ ରୁପରେ ଆବିର୍ଭାବ ହେବାର ନୀତି ଅନୁଷ୍ଠିତ ହୋଇଥାଏ।ତାଙ୍କୁ ବାମନ ଭାବରେ ଅବିହିତ କରାଜାଇ ସେହି ତିଥି ରେ ତାଙ୍କ ଜନ୍ମ ନୀତି ପାଳିତ କରାଜାଏ। ଯେଉଁପରି ଭାବରେ ମହାପ୍ରଭୁଙ୍କର ଶ୍ରୀରାମ ଜନ୍ମ ନୀତି ଶ୍ରୀ କୃଷ୍ଣ ଜନ୍ମ ନୀତି ପାଳନ କରାଯାଏ ସେହିପରି ଭାବରେ ମଧ୍ୟ ବାମନ ଦ୍ଵାଦଶୀ ରେ ମହାପ୍ରଭୁଙ୍କର ବାମନ ଜନ୍ମ ନୀତି ପାଳିତ ହୁଏ।

‌ ଏହିଦିନ ସକାଳ ଧୂପ ପୁଜା ସରିବା ପରେ ଠାକୁର ମାନଙ୍କର ମହାସ୍ନାନ ଓ ସର୍ବାଙ୍ଗ ନୀତି ହେବା ପରେ ପୂର୍ବ ଦିନ ଅଧିବାସ ହୋଇଥିବା ଯଜ୍ଞ ପବିତା ଲାଗି ହୋଇଥାଏ। ଶ୍ରୀ ବିଗ୍ରହ ମାନଙ୍କୁ କର୍ପୁର ଲାଗିହୋଇ ବେଶ ବଢିବା ପରେ ମଧ୍ୟାନ ଧୂପ ଉଠିଥାଏ ଏବଂ ଜୟ ବିଜୟ ଦ୍ଵାର ବନ୍ଦ ହୋଇ ଚନ୍ଦନ ଅର୍ଗଳି ଠାରେ ସୁଧସୁଆର ସେବକ ପଞ୍ଚ ମୁରୁଜ ରେ ମଣ୍ଡଳ କରିଥାନ୍ତି। ଏହା ପରେ ତିନି ବାଡ ରେ ଠାକୁର ମାନଙ୍କର ବନ୍ଦାପନା ବରୁଣ ପୂଜା ହୋଇଥାଏ। ଏହାପରେ ମୁଦିରସ୍ତ ଓ ପତିମହାପାତ୍ର ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣୀ ଘର ଭୋଗ ସରିବା ପରେ କୃଷ୍ଣ ମହାଜନ ସେବକ ଙ୍କ ଦ୍ଵାରା ରତ୍ନସିଂହାସନ ବିଜେ ହୋଇଥାନ୍ତି ଏବଂ ସେଠାରେ ଧଣ୍ଡି ମହାପ୍ରସାଦ ଲାଗି ହୋଇଥାଏ। ଜାହା ଗୋଟିଏ ପ୍ରକାରର ସୋତନ୍ତ୍ର ପ୍ରସାଦ ଏହା ପରେଦେଉଳ ବନିଆଁ ଯୋଗାଇଥିବା ସୁବର୍ଣ୍ଣ ବାମନ ମୂର୍ତ୍ତି ସର୍ବତ୍ରଭଦ୍ରମଣ୍ଡଳ ଉପରେ ବିଜେ କରିଥାନ୍ତି ତତ୍ପରେ କୃଷ୍ଣ ଙ୍କୁ ଏହି ଭଦ୍ର ମଣ୍ଡଳରେ ବିଜେ କରାଯାଏ। ଏଠାରେ ପଞ୍ଚାମୃତ ରେ ଦିଅଁ ଙ୍କୁ ସ୍ନାନ କରାଇ ଶୀତଳଭୋଗ ହୋଇ ପଞ୍ଚ ଉପଚାରରେ ଗର୍ଭଉଦକ ନୀତି , ଜନ୍ମବିଧିମାନ କରାଯାଇଥାଏ। ଏହାପରେ ପାଳିଆ ମହାସୁଆର କ୍ଷୀର , ଲହୁଣୀ ମଣୋହି କରିବାକୁ ପୂଜାପଣ୍ଡାଙ୍କୁ ଦେଇଥାନ୍ତି। ଏହାପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ମହାଜନ ସେବକ ଦିଅଁଙ୍କ ହସ୍ତରେ ବିଜେ କରାଇ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥାନ୍ତି। ଏଠାରେ ମାର୍କଣ୍ଡେଶ୍ୱର ସାହି ଲୋକ ବାମନ ମୂର୍ତ୍ତି ପଟି ଯୋଗାଇଥାନ୍ତ। ତତ୍ପରେ ଦିଅଁଙ୍କୁ ମାଜଣା ମଣ୍ଡପ ଖଟ ଉପରେ ବିଜେ କରିଥାନ୍ତି। ଏହାପରେ ପତିମହାପାତ୍ର ଭଣ୍ଡାର ଘରୁ ରୂପା ବଟାରେ ଶ୍ରୀ ଦୁର୍ଗାଙ୍କୁ ରତ୍ନସିଂହାସନ ବିଜେ କରିଥାନ୍ତି ସେଠି ପୂଜାପଣ୍ଡା ଆଜ୍ଞା ମାଳ ଦେଲାପରେ ଦେବୀ ଦୁର୍ଗା ମାଜଣା ମଣ୍ଡପ କୁ ବିଜେ କରିଥାନ୍ତି। ଏଠାରେ ପୂଜାପଣ୍ଡା ବସୁଧରା , ଯଜ୍ଞ ପବିତ୍ରା ଲାଗି କରିଥାନ୍ତି। ଏହାପରେ ପାଣି ପଡି ଶୀତଳ ଭୋଗ ପନ୍ତି ବଢ଼ା ହୋଇଥାଏ। ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଂଚଉପଚାରରେ ଭୋଗ କରିଥାନ୍ତଏହାପରେ ପ୍ରସାଦ ଉଲାଗି ହୋଇ କୃଷ୍ଣ(ବାମନ) ଦକ୍ଷିଣୀ ଘରକୁ ଏବଂ ଶ୍ରୀଦୁର୍ଗା ଭଣ୍ଡାର ଘରକୁ ବାହୁଡ଼ି ଥାନ୍ତି। ସନ୍ଧ୍ୟାଧୁପ ନୀତି ସରିବା ପରେ ଶ୍ରୀ ମନ୍ଦିରରେ ପାରମ୍ପାରିକ ଭାବରେ ଇନ୍ଦ୍ରଧ୍ଵଜ ପୂଜା ଅନୁଷ୍ଠିତ ହୋଇଥାଏ ।

ଭଗବାନ ସତ୍ୟ ଯୁଗ ରେ ମତ୍ସ୍ୟ, କଛ୍ଚପ,ବରାହ,ନୃସିଂହ ଅବତାର ପରେ ୫ମ ଅବତାର ହିସାବରେ ପ୍ରଭୁ ଶ୍ରୀ ବାମନ ଙ୍କ ରୁପରେ ଧରାପୃଷ୍ଟ କୁ ଅବତରଣ ହୋଇ ଜନ୍ମ ଗ୍ରହଣ କରିଥିଲେ। ଯୁଗେ ଯୁଗେ ପ୍ରଭୁ ସତ୍ୟ ଧର୍ମ ନ୍ୟାୟ ର ପ୍ରତିଷ୍ଟା ନିମିତ ଧରାପୃଷ୍ଟ ରେ ଅବତାର ନେଇଛନ୍ତି ଏବଂ ସତ୍ୟ ଯୁଗରେ ରାକ୍ଷାସ ରାଜା ବଳି ଥିଲେ ମହାଦାନୀ ମାତ୍ର ସେହି ଦାନ ଅତ୍ୟାଧିକ ହେବାରୁ ତାଙ୍କର ଦର୍ପ ମଧ୍ୟ ବଢିଜାଇଥିଲା ତେଣୁ ତାଙ୍କର ଦର୍ପ କୁ ଦଳନ କରି ଉଚିତ ଶିକ୍ଷା ଦେବା ନିମିତ ପ୍ରଭୁ ପଞ୍ଚମ ଅବତାର ରୁପରେ ଶ୍ରୀ ବାମନଙ୍କ ରୁପରେ ଜନ୍ମ ଗ୍ରହଣ କରିଥିଲେ । ମହର୍ଷି କଶ୍ୟପ ଓ ଅଦିତିଙ୍କ ଗର୍ଭରୁ ଜନ୍ମ ଲାଭ କରିଥିଲେ ଏବଂ ସେଥିପାଇଁ ଦେବ ଦୀପାବଳୀ ଅବସରରେ କଳିଯୁଗ ର ଅବତାରୀ ପରବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବଦିପାବଳୀ ସମୟରେ ପ୍ରଭୁ ନିଜେ ସନ୍ତାନ ହୋଇ ମହର୍ଷି କଶ୍ୟପ ଓ ମାତା ଅଦିତିଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଇଥାନ୍ତି

(ସୁନିଆଁ)

ଆଜି ପବିତ୍ର ଉତ୍କଳୀୟ ରାଜକୀୟ ନବ ବର୍ଷ । ଶ୍ରୀ ବାମନ ଜନ୍ମ ,ସୁନିଆଁ। ଉତ୍କଳୀୟ ୧୪୩୪ ସାଲ ଆରମ୍ଭ ।
ଶ୍ରୀ ଗଜପତି ମହାରାଜା ଶ୍ରୀ ଦିଵ୍ୟସିଂହ ଦେଵ ମହାରାଜାଙ୍କର ୭୧ ଅଙ୍କ ଆରମ୍ଭ ।ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ ।

ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆଁକୁ ଉତ୍କଳୀୟ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ ।ସୁନିଆଁ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି ।କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ ।ସୁନିଆଁ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆଁ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ପୁରାତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।

Leave a Reply

Your email address will not be published. Required fields are marked *