June 13, 2025
Home » ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦେବେ ଲାଭର୍ଥୀଙ୍କୁ

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦେବେ ଲାଭର୍ଥୀଙ୍କୁ

0
WhatsApp Image 2024-09-17 at 1.48.53 AM

 

ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ଆସନ୍ତା କାଲି ଲାଭର୍ଥୀ ମାନଙ୍କୁ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହ ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ଵାର ଶୁଭାରମ୍ଭ ପୂର୍ବକ ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ରାୟଗଡ ଜିଲ୍ଲାରୁ ୧୦୦ ଜଣ ମହିଳାକୁ ନେଇ ଗୋଟିଏ ବସ୍ ଆଜି ସନ୍ଧ୍ୟା ୮.୩୦ମି ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଏବଂ ଅନ୍ୟଟି ଉପଜିଲ୍ଲାପାଳ, ଗୁଣୁପୁରଙ୍କ କାର୍ଯ୍ୟାଳରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା ।

 


ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତେ ଶତାଧିକ ହିତାଧିକାରୀ ତଥା ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀର ସଦସ୍ୟ ଆଜି ଭୂବନେଶ୍ୱର ଅଭିମୂଖେ ଦୁଇଟି ବସରେ ଯାତ୍ରା କରିଛନ୍ତି । ରାୟଗଡ଼ା ଏବଂ ଗଣୁପୁର ସହରରୁ ଉଭୟ ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର ଓ ଶ୍ରୀ ମନୋଜ କୁମାର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇଟି ଯାକ ବସ୍ ଯାତ୍ରା ଆରମ୍ଭ କରିଛନ୍ତି । କାଶିପୁର ଏବଂ ଗୁଣୁପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସାରାଣୀ ବାରିକ ଓ ଶ୍ରୀମତୀ ସୁଷମା ପ୍ରସାଦ ମଧ୍ୟ ମହିଳା ଯାତ୍ରୀଙ୍କ ସହଯୋଗ ନିମନ୍ତେ ଯାଇଛନ୍ତି । ଜିଲ୍ଲା ପରିଷଦ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞନ କହଁର, ରାୟଗଡ଼ା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଗୁଡାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଜିଲ୍ଲା ସଂଯୋଜକ ହେମନ୍ତ ବାଗ୍ ତଥା ବିଭିନ୍ନ ବ୍ଲକର ସିଡିପିଓ ଓ ମଣ୍ଡଳ ପରିଦର୍ଶୀକା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *