ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ଥପଲ୍ଲୀ ଶାଖା ସମ୍ମିଳନୀ ଅନୁଷ୍ଠିତ

0 11

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ଥପଲ୍ଲୀ ଶାଖା , ଉସ୍ତାପଡା ଶାଖା ଏବଂ କୋଙ୍କରଡା ଶାଖା ର ସମ୍ମିଳନୀ ମିଳିତ ଭାବେ ଆଜି ବନ୍ଥପଲ୍ଲୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସମ୍ମିଳନୀ ପ୍ରାରମ୍ଭ ରେ ବନ୍ଥପଲ୍ଲୀ ଶାଖା ର ବରିଷ୍ଠ ସଭ୍ୟ ବନମାଳୀ ନାହାକ ପାର୍ଟି ପତାକା ଉତ୍ତୋଳନ କରିଥିବା ବେଳେ ଝୁନୁ ଗୌଡ ଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ଆରମ୍ଭ ହୋଇଥିଲା। କମ୍ୟୁନିଷ୍ଟ ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀ କୁ ଉଦଘାଟନ କରି ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଗଠନ ହେବା ଠାରୁ ଦେଶର କୃଷକ , ଶ୍ରମିକ , ଛାତ୍ର , ଯୁବକ ଓ ଗରିବ ଖଟିଖିଆ ଲୋକ ମାନଙ୍କ ପାଇଁ ଅଛେ ଦିନ ବଦଳରେ ବୁରେ ଦିନ ଆରମ୍ଭ ହୋଇଯାଇଛି। ଏଣୁ ସମସ୍ତେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ସଂଗଠିତ ହୋଇ ଯୋରଦାର ଆନ୍ଦୋଳନ ଚଳାଇବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମିଳନୀ ପ୍ରାରମ୍ଭ ରେ ହରି ହର ପାତ୍ର ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଣପତି ସାହୁ , ବିଜୟ ସାମନ୍ତରା , ତ୍ରିନାଥ ସାମଲ , ଜ୍ୟୋତ୍ସ୍ନା ମହାରଣା , ଲକ୍ଷ୍ମୀ ପାତ୍ର ଏବଂ ନମିତା ମହାପାତ୍ର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଚଳିତ ବର୍ଷ ପାଇଁ ବନ୍ଥପଲ୍ଲୀ ଶାଖା ସମ୍ପାଦକ ଭାବେ କୃଷ୍ଣ ନାହାକ ଓ ସହ ସମ୍ପାଦକ ଭାବେ ସନ୍ତୋଷ ଡାକୁଆ , ମହିଳା ଶାଖା ସମ୍ପାଦିକା ଭାବେ ସସ୍ମିତା ପାତ୍ର ଏବଂ ସହ ସମ୍ପାଦିକା ଭାବେ ଖଜା ନାହାକ ଓ ମାଗି ନାହାକ , ଉସ୍ତାପଡା ଶାଖା ସମ୍ପାଦକ ଭାବେ ଦୁର୍ଯ୍ୟୋଧନ ରାଉତ ଏବଂ ସହ ସମ୍ପାଦିକା ଭାବେ ଦୁନିଆ ରାଉତ ଓ କୋଙ୍କରଡା ଶାଖା ସମ୍ପାଦକ ଭାବେ ସୁରଭି ବେହେରା ଙ୍କୁ ସର୍ବସମ୍ମତ ଭାବେ ନିର୍ବାଚିତ କରାଯାଇଥିଲା।

ପୋଲସରା (ଗଞ୍ଜାମ) ଇପିଏ ରୁ ଅକ୍ଷାନ୍ତ କୁମାର ମିଶ୍ର ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.