August 20, 2026
Home » ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ଯାବରଣ ଦିବସ ପାଳନ

ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ଯାବରଣ ଦିବସ ପାଳନ

0
WhatsApp Image 2024-08-29 at 7.51.28 AM (1)

ରାଇରଙ୍ଗପୁର : ଭାରତୀୟ ମଜଦୁର ସଂଘ ସହବନ୍ଧିତ ପର୍ଯ୍ଯାବରଣ ମଂଚ ପକ୍ଷରୁ ମୟୂରଭଂଜ ଜିଲ୍ଲା ତରଫରୁ ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟ ସଭାଗୃହରେ ଆଜି ରାଷ୍ଟ୍ରୀୟ ପର୍ଯ୍ଯାବରଣ ଦିବସ ପାଳିତ ହୋଇଯାଇଛି l ପରିବେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ସାହାସୀ ଅମୃତା ଦେବୀ ଙ୍କ ସ୍ମୃତିରେ ଭାରତୀୟ ମଜଦୁର ସଂଘ ପରିବେଶ ଫୋରମ୍ ଦ୍ବାରା ଅଗଷ୍ଟ ଅଠେଇଶି କୁ ପରିବେଶ ଦିବସ ବା ପର୍ଯ୍ଯାବରଣ ଦିବସ ଭାବେ ପାଳନ କରୁଛି l ଏହି ଦିନରେ ପରିବେଶକୁ ରକ୍ଷା କରିବା ପାଇଁ ଯୋଧପୁର ଠାରୁ ପଚିଶ କିମି ଦୂର ଖେଜୁରୀ ଗ୍ରାମ ଠାରେ ଖେଜୁରୀ ଜଙ୍ଗଲ କାଟିବାକୁ ଯୋଧପୁର ରାଜା ଆଦେଶ ବିରୁଦ୍ଧରେ ଯାଇ ଅଣସତୁରୀ ଜଣ ମହିଳାଙ୍କ ସମେତ ତିନିଶହ ତେଷଠି ଜଣ ପୁରୁଷ ନିଜ ଜୀବନକୁ ବଳିଦାନ ଦେଇଥିଲେ l

ଏହି ପର୍ଯ୍ଯାବରଣ ଦିବସରେ ଅଧ୍ୟାପକ ବିଜୟ କୁମାର ରାମ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ତଥା ପର୍ଯ୍ୟାବରଣ ମଂଚର ରାଜ୍ୟ ସହସଂଯୋଜକ ନିଗମାନନ୍ଦ ପଟ୍ଟନାୟକ l ମୁଖ୍ୟବକ୍ତା ଭାବେ ପରିବେଶବିତ୍ ତଥା ବିଶିଷ୍ଟ ସାହିତ୍ୟିକ ଲଳିତ ମହାନ୍ତ, ସମ୍ମାନିତ ଅତିଥି ଭାବେ ବି.ଏମ୍ .ଏସ୍ ର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ ଓ ସଂପାଦକ ବୋଧି ରଜତ ମହାନ୍ତ ପ୍ରମୁଖ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ରାଇରଙ୍ଗପୁର ଫରେଷ୍ଟ ରେଂଜର ଜ୍ଯୋତି ରଂଜନ ସେନାପତି ଓ ଷ୍ଟାଫ ଦୁଷ୍ମନ୍ତ ବସା ପ୍ରମୁଖ ଛାତ୍ରୀମାନଙ୍କୁ ଶତାଧିକ ବୃକ୍ଷଚାରା ବିତରଣ କରି ଏହାକୁ ବଂଚାଇବା ପାଇଁ ବିଶେଷ ଗୁରୁତ୍ବ ଦେଇ ସଂକଳ୍ପ କରାଇଥିଲେ l ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଅଗଷ୍ଟ ଅଠେଇଶି ପର୍ଯ୍ଯାବରଣ ଉଦ୍ଦେଶ୍ୟ ତଥା ବୃକ୍ଷ ଲଗାଇବା ଦ୍ବାରା ସମାଜର ଲାଭକ୍ଷତି ସଂପର୍କରେ ଆଲୋଚନା କରିଥିଲେ l ମୁଖ୍ୟବକ୍ତା ଲଳିତ ମହାନ୍ତ କୁହନ୍ତି ବୃକ୍ଷ କାଟିବା ଦ୍ବାରା ଜଳାଭାବ ଦ୍ବାରା ଆମର କ୍ଷତି କଣ ହେଉଛି, ସେ ଉପଲକ୍ଷେ ବିଭିନ୍ନ ଉଦାହରଣମାନ ଦେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ସଭାପତି ଶ୍ରୀ ବିଜୟ କୁମାର ରାମ କୁହନ୍ତି ପ୍ରତ୍ୟେକ ଛାତ୍ରୀ ବୃକ୍ଷ ଲଗାଇବା ଯେତିକି ଗୁରୁତ୍ବ ତାକୁ ବଂଚାଇବା ସବୁଠାରୁ ମହତ୍ବପୂର୍ଣ୍ଣ କହିଥିଲେ l ଏହାବ୍ୟତୀତ ସବୁ ବ୍ଲକରେ ବିଭିନ୍ନ କଲେଜ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ବାରା ଦଶହଜାର ଗଛ ଲଗାଯିବ ବୋଲି କହିଥିଲେ l ପରିଶେଷରେ ବି.ଏମ୍.ଏସ୍ ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ l

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed