September 21, 2024
Home » ଭାରତୀୟ ମଜଦୂର ସଂଘ ର ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟକର୍ତା ନିର୍ବାଚନ

ଭାରତୀୟ ମଜଦୂର ସଂଘ ର ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟକର୍ତା ନିର୍ବାଚନ

0

ବାରିପଦା :ଭାରତୀୟ ମଜଦୁର ସଙ୍ଘ ର ମୟୁରଭଞ୍ଜ ଜିଲ୍ଲା ର କାର୍ଯ୍ୟକର୍ତା ନିର୍ବାଚନ ଗତକାଲି ଓଠେଇସୀ ସାତ ଦୁଇହଜାର ଛବିଶ ତାରିଖ ଦିନ ଜିଲ୍ଲା ସମିଳନୀ ପରେ ସ୍ଥାନୀୟ ବାରିପଦା ଜୁବୁଲି ଲାଇବରାରୀ (ଶ୍ରୀ ରାମଚନ୍ଦ୍ର ପାଠାଗାର ) ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ଉପସଭାପତି ତଥା ମୟୁରଭଞ୍ଜ ପ୍ରଭାରୀ ଶ୍ରୀ ଡାକ୍ତର ମହାନ୍ତ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିଗମାନନ୍ଦ ପଟ୍ଟନାୟକ, ଜ଼ିଲ୍ଲା ସଭାପତି ସରସ୍ବତୀ ଟୁଡୁ ଓ ସମ୍ପାଦକ ବଧି ରଜତ ମହାନ୍ତ ପରିଚାଳନା କରିଥିଲେ l
ଡାକ୍ତର ମହାନ୍ତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ l ସେମାନେ ହେଲେ ଜ଼ିଲ୍ଲା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ଓ ପ୍ରଭାତ ମଞ୍ଜରୀ ଦାସ ଶର୍ମା, ସଭାପତି ସରସ୍ବତୀ ଟୁଡୁ, କାର୍ଯ୍ୟକାରୀ ସଭାପତି -ରବିନାରାୟଣ ମିଶ୍ର, ଉପସଭାପତି – ବିଶ୍ୱମ୍ବର ଦାସ, ହେମଲତା ମିଶ୍ର, ଚିତ୍ତରଞ୍ଜନ ମୁଖି, ମନରୋମା ବେହେରା, ଲଳିତା ବିନ୍ଧାଣି, ସଂଘଠନ ସମ୍ପାଦକ – ମେଘରାଇ ମାରାଣ୍ଡି ଓ ଦେବାଶିଷ ନାୟକ, ସମ୍ପାଦକ ବୋଧି ରଜତ ମହାନ୍ତ, ସହସମ୍ପାଦକ – ଗୁରୁବା ହାଁସଦା, ଭୀମଚାରଣ ମହାକୁଡ଼, ଆରତୀ ସୋରେନ, ରାଇସେନ ମୁର୍ମୁ, ଶୁଭାଷ କୁମାର ସେଟି, ଅଡିଟର – ରତି ରଞ୍ଜନ ବେହେରା, କୋଷାଧକ୍ଷ – ନିଳେନ୍ଦ୍ରି ପାତ୍ର, ମିଡ଼ିଆ ପ୍ରମୁଖ – ଶ୍ୟାମଳେନ୍ଦୁ ପରିଡା ପ୍ରମୁଖ ମନୋନୀତ ହୋଇଥିଲେ l
ସଦସ୍ୟ ଭାବେ ରଣଜିତ କୁମାର ସିଂ, ସୁନାମଣି ଚାମ୍ପେୟାର, ସୁଶାନ୍ତ କୁମାର ନାଏକ, ଲାଖିଆ ଟୁଡୁ, ନବୀନ କୁମାର ବେହେରା, ମାନସ କୁମାର ନାଏକ, ସୂଜନୀ ନାଏକ, ଅନୁପମା ଦାସ, ସୁକାନ୍ତି ସାହୁ,ପଦ୍ମଗନ୍ଧା ଦାସ, ହିମାଂଶୁ ଗିରି ଓ ଅଶୋକ କୁମାର ମହାନ୍ତ ପ୍ରମୁଖ ମନୋନୀତ ହୋଇଥିଲେ l ଏହା ବ୍ୟତୀତ ଜିଲ୍ଲା ର ସମସ୍ତ ବ୍ଳକ ର ବି .ଏମ. ଏସ. ର ବିଭିନ୍ନ କ୍ଷେତ୍ର ର ବ୍ଲକ ସମ୍ପାଦକ ମାନେ ଏଥିରେ ସଦସ୍ୟ ରହିବେ l ପରିଶେଷ ରେ ମେଘରାଇ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

 

ରାଇରାଙ୍ଗପୁର ଈପିଏରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *