May 13, 2025
Home » ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ଓଡିଶା ପୋଲିସ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ

ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ଓଡିଶା ପୋଲିସ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ

0
WhatsApp Image 2024-10-01 at 9.50.09 AM

କଟକ: ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ଏବଂ ଓଡିଶା ପୋଲିସ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଚୁକ୍ତିପତ୍ର ଅନୁଯାୟୀ, SBI ପକ୍ଷରୁ ପୋଲିସ କର୍ମଚାରୀଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ରାଶି, ଆକାଶମାର୍ଗରେ ଯାତ୍ରା ବେଳେ ଦୁର୍ଘଟଣାର ଜନିତ ମୃତ୍ୟୁ ହେଲେ ୧ କୋଟି ୬୦ ଲକ୍ଷ ଟଙ୍କା , ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହେଲେ ୧ କୋଟି ଟଙ୍କା ଏବଂ ଆଂଶିକ ଭିନ୍ନକ୍ଷମ ହେଲେ ସର୍ବାଧିକ ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ବୀମା ରାଶି ପ୍ରଦାନ କରାଯିବ ବୋଲି ଚୁକ୍ତି ପତ୍ରରେ ଉଲ୍ଲେଖ ରହିଛି। ଏହା ବ୍ଯତୀତ ନକ୍ସଲଙ୍କ ଆକ୍ରମଣରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ୧ କୋଟି ୨୦ ଲକ୍ଷ ଟଙ୍କାର ସହାୟତା ରାଶି SBI ପକ୍ଷରୁ ପ୍ରଦାନ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଏହି ଚୁକ୍ତି ଅନୁଯାୟୀ ଯେଉଁ ପୋଲିସ କର୍ମଚାରୀଙ୍କର SBI ରେ ସାଲାରି ଆକାଉଣ୍ଟ ରହିଛି ଏବଂ ତାହା ପୋଲିସ ସାଲାରି ପ୍ଯାକେଜକୁ ରୂପାନ୍ତରିତ ହୋଇଛି ସେମାନେ SBI ରୁ ପ୍ରଦାନ କରାଯାଉଥିବା ଉପରୋକ୍ତ ସୁବିଧା ସୁଯୋଗ ପାଇ ପାରିବେ । ଏହା ବ୍ଯତୀତ ଯେଉଁ ପୋଲିସ କର୍ମଚାରୀଙ୍କ SBI ରେ ସାଲାରି ଆକାଉଣ୍ଟ ନାହିଁ ସେମାନେ ସ୍ବଇଚ୍ଛାରେ ନୂଆ ଆକାଉଣ୍ଟ ଖୋଲି SBI ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାର ଲାଭ ଉଠାଇ ପାରିବେ ।
ଚୁକ୍ତିପତ୍ର ସ୍ଵାକ୍ଷର ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର.କେ. ଶର୍ମା, ଆଇ.ଜି (ପ୍ରୋଭିଜନିଙ୍ଗ) ଶ୍ରୀ ଯତୀନ୍ଦ୍ର କୋୟଲ, ଏ.ଆଇ.ଜି (ମୁଖ୍ୟାଳୟ) ଶ୍ରୀ ଯୁଗୋଳ କିଶୋର ବନୋଥଙ୍କ ସହିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପୁର୍ଥୀ, ମହାପ୍ରବନ୍ଧକ ଶ୍ରୀ ପୁନବଲମ ମୁରୁଗାନ, ଉପ ମହାପ୍ରବନ୍ଧକ ଶ୍ରୀ ଅନୁପ ସିହ୍ନାଙ୍କ ସମେତ ବରିଷ୍ଠ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *