July 21, 2026
Home » ଭାଷା ଆନ୍ଦୋଳନ-ଯଜ୍ଞରେ ସଭିଏଁ ଆହୁତି ପ୍ରଦାନ କରନ୍ତୁ

ଭାଷା ଆନ୍ଦୋଳନ-ଯଜ୍ଞରେ ସଭିଏଁ ଆହୁତି ପ୍ରଦାନ କରନ୍ତୁ

0
WhatsApp Image 2026-07-21 at 4.23.16 AM

 

 

ବରଗଡ : ସମ୍ବଲପୁରୀ ଭାଷା ବ୍ୟବହାର କରୁଥିବା ପ୍ରାୟ ଦେଢ଼ କୋଟି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଯଥୋଚିତ ସମ୍ମାନ ଦିଆଯାଇ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯାଉ । ଏ ଦିଗରେ ରହିଥିବା ପ୍ରତିବନ୍ଧକ ଦୂର କରିବା ନିମିତ୍ତ ପ୍ରତ୍ୟେକ କବି, ଲେଖକ, ସଙ୍ଗଠକ ଓ ବୁଦ୍ଧିଜୀବୀଙ୍କୁ ଆଗକୁ ଆସିବାକୁ ହେବ ବୋଲି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଆୟୋଜିତ ସାରସ୍ୱତ ସମାବେଶରେ ମତ ପ୍ରକାଶ ପାଇଛି । ସମ୍ବଲପୁରୀ ସାହିତ୍ୟ ପରିଷଦ, ବରଗଡ଼ ଓ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସର ମିଳିତ ଆୟୋଜନରେ “ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ ” କାର୍ଯ୍ୟକ୍ରମ ଅବସରରେ କଥାକାର ମନୋହର ସାହୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ତତ୍ ସହିତ ଦିବଂଗତ ସାରସ୍ୱତ ସାଧକ ନମ୍ର କବି ମୋତିଲାଲ ପଣ୍ଡା ଏବଂ ସଭାରେ ଉପସ୍ଥିତ ଥିବା କବି ଗୁରୁଦେବ ତ୍ରିପାଠୀ, ଜୟ ପ୍ରଧାନ, ଅହଲ୍ୟା ପ୍ରଧାନ, ମନୋରଞ୍ଜନ ଲୁହା, ତରଣୀସେନ ମେହେର, ଜଗତ ଜୀବନ ରାମ ଡନସନା, ମନୋଜ ବାଗ, ପୁସ୍ତମ ଜୁଆଡ଼ି, ଡ. ସୁଧାଂଶୁ ଭୂଷଣ ଷଣ୍ଢ, ହେମକାନ୍ତ କୁମ୍ଭାରଙ୍କ ଜନ୍ମଦିନ ପାଳିତ ହୋଇଛି । ପରିଷଦ ତରଫରୁ ପ୍ରାଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, ସାମ୍ବାଦିକ ପ୍ରବୀଣ କୁମାର ସାହୁ, ତୁଳସୀ ବାରିକ, ଶୋଭାଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ସାହୁ, ନବନୀତା ମହାପାତ୍ର, ନମିତା ଦୀପ ଯାଦବ ଓ ଅନ୍ୟ ଅତିଥିଗଣ ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ତତ୍ ସଙ୍ଗେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ଗୁଣନିଧି ଭୋଇଙ୍କ ପକ୍ଷରୁ ମୂଲ୍ୟବାନ ବୃକ୍ଷର ଚାରା ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

 


ସମ୍ବଲପୁରୀ ସାହିତ୍ୟ ପରିଷଦର ସଭାପତି ଔପନ୍ୟାସିକ ଧନପତି ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଡ. ସୁବାସ ମେହେର ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଉତ୍ପନ୍ନ କୁମାର ଭୋଇ ସଭା ସଂଚାଳନ କରିଥିଲେ । କଥାକାର ତେଜରୁ ବାରିକ ଅତିଥି ପରିଚୟ, ସଂଗଠକ ଲଳିତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଆଲୋଚକ ଭାବେ ସାହିତ୍ୟିକ ଅଶୋକ କୁମାର ପୁଜାହାରୀ ଓ ସ୍ତମ୍ଭକାର ସୁଶାନ୍ତ କୁମାର ମିଶ୍ର କଥାକାର ମନୋହର ସାହୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବା ସହ ଅନ୍ୟ ସ୍ରଷ୍ଟାମାନଙ୍କ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।

ଏହି ଅବସରରେ ଅଭିମନ୍ୟୁ ସାହିତ୍ୟ ସଂସଦ ତରଫରୁ ଚଳିତ ବର୍ଷର ମନୋହର ସମ୍ମାନ କଥାକାର ନରେନ୍ଦ୍ର ମହାନ୍ତିଙ୍କୁ ଓ ଉକିଆ ସାହିତ୍ୟ ସଂସଦ ତରଫରୁ ସ୍ମାରକୀ ସମ୍ମାନ ଗବେଷକ ଉତ୍ପନ୍ନ କୁମାର ଭୋଇଙ୍କୁ ପ୍ରଦାନ କରାଯାଇଥିଲା । ଦିଲ୍ଲୀପ କୁମାର ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନ କବି ସମ୍ମିଳନୀରେ ସଂଯୋଜକ ଭାବେ ଡ. ନାରାୟଣ ଭୋଇ, ଅତିଥି ଭାବେ ସାହିତ୍ୟିକ ଗୌର ଚରଣ ପ୍ରଧାନ, କ୍ରାନ୍ତିକବି ହରିଲାଲ ସାହୁ ଓ ସଙ୍ଗଠକ ପ୍ରିୟବ୍ରତ ସାହୁ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ସାହିତ୍ୟିକମାନଙ୍କ ସମେତ କବି ସଦାନନ୍ଦ ମେହେର, ସୁଶାନ୍ତ ଭୁସାଗର, ଦୁର୍ବାଦଳ ମେହେର, ସନ୍ତୋଷିନୀ ନାଗ, କିଶୋର ପାତ୍ର, ସରୋଜ ଦାଶ, ପ୍ରଫୁଲ୍ଲ ବିର୍ତ୍ତିଆ, ଋଷଭ ବିଶି, ମାଲଖୁଲୁ ହରିପାଲ, ପୁଢୁ ଭୁଏ ପ୍ରମୁଖ କବିତା ଆବୃତ୍ତି କରିବା ସହିତ ନିଜସ୍ୱ ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ସଂଗଠକ ଉମେଶ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
: ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *