June 14, 2025
Home » ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ, ସରକାରୀ ଗାଡିରେ ଥିଲା ୪ .୯୨ ଲକ୍ଷ ,ବିଡିଓ ଙ୍କୁ ଗିରଫ କଲା ଭିଜିଲାନ୍ସ …

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ, ସରକାରୀ ଗାଡିରେ ଥିଲା ୪ .୯୨ ଲକ୍ଷ ,ବିଡିଓ ଙ୍କୁ ଗିରଫ କଲା ଭିଜିଲାନ୍ସ …

0
WhatsApp Image 2024-08-02 at 11.07.21 AM

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଡିଓ ଅକ୍ଷମିତା କାର୍ତ୍ତିକ ଏକ ବଲେରୋ (ଓଡି ୦୨ ସିଏଚ୍୨୪୨୪) ରେ ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ଜାତୀୟ ରାଜପଥ ୨୬ ଜାରିଙ୍ଗ ଛକ ନିକଟରେ ଛପି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ ଧରିଥିଲେ।

ଗାଡ଼ି ଯାଞ୍ଚ ବେଳେ ୪ଲକ୍ଷ ୯୨ ଲକ୍ଷ ମିଳିଥିଲା। ଏହି ଟଙ୍କା କାହାର ବୋଲି ପଚାରିବାରୁ ସେ ଠିକ୍ ଉତ୍ତର ଦେଇ ପାରି ନଥିଲେ । ବିଡିଓଙ୍କ ସହ ଏହି ଗାଡ଼ିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଳକ ପ୍ରୋଗ୍ରାମ କୋର୍ଡିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡ଼ିଛି।

ସେହିଭଳି ଅକ୍ଷମିତାଙ୍କ ପୈତୃକ ଘର କୋରାପୁଟ,ଭୁବନେଶ୍ବର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକ୍‌ର ଦୁଇଟି ଜାଗାରେ ଚଢ଼ଉ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ବିଡ଼ିଓ ଥିବା ସମୟରେ କୋଭିଡ଼ ଫଣ୍ଡ ଅନିୟମିତା ଅଭିଯୋଗରେ ସେ ନିଲମ୍ବିତ ହୋଇଥିଲେ।ସେହିପରି ଗୁଣୁପୁର ତହସିଲଦାର ଥିବା ବେଳେ ରେଡକ୍ରସ ଫଣ୍ଡ ଅନିୟମିତତା ଅଭିଯୋଗ ନେଇ ତାଙ୍କ ବିରୋଧରେ ମାମଲା ହୋଇଥିଲା। ମିଳିଥିବା ଅନୁଯାୟୀ,ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଗିରଫ କରାଯାଇଥିବାର ଜଣାଯାଇଛି।

 

 

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *