May 15, 2025
Home » ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ପୋଲିସ ଅଧିକାରୀ,

ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ପୋଲିସ ଅଧିକାରୀ,

0
WhatsApp Image 2024-09-24 at 2.22.33 PM

 

 

ନବରଙ୍ଗପୁର ଜିଲ୍ଲାରେ ଥିବା ପାପଡ଼ାହାଣ୍ଡି ଥାନାର ପ୍ରବେଶନାରୀ ପିରିୟଡ ରେ କାର୍ଯ୍ୟରତ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୋଲିସ ଏଏସଆଇ ଶିବ ପ୍ରସାଦ ଦଳେଇ ଧରା ପଡ଼ିଥିବା ମୋଟରସାଇକେଲ ଆନାରୁ ମୁକୁଳାଇବା ପାଇଁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲିରୁ ଜବତ ବାଇକ ମୁକୁଳାଇବା ବାବଦରେ ବରଦେଇ ଗାଁର ଲକ୍ଷ୍ମଣ ହରିଜନଙ୍କ ଠାରୁ ଏଏସ୍‌ଇ ଶ୍ରୀ ଦଳେଇ ଲକ୍ଷ୍ମଣ ହରିଜନଙ୍କଠାରୁ ଟଙ୍କା ଦାବି କରିବା ସମୟରେ ସେ ୨ ହଜାର ଟଙ୍କା ଦେଇଥିଲେ । ପରେ ଅସନ୍ତୁଷ୍ଟ ଏଏସ୍ଆଇ ୪ ହଜାର ଟଙ୍କା ଦେବା ପାଇଁ କହିବା ପରେ ସେ ଭିଜିଲାନନ୍ସ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଶନିବାର ସନ୍ଧ୍ୟା ୭ଟା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅଭିଯୋଗକାରୀ ଲକ୍ଷ୍ମଣ ହରିଜନଙ୍କ ଠାରୁ ଚାରି ହଜାର ଟଙ୍କା ନେବା ସମୟରେ ଶିବପ୍ରସାଦ ଦଳେଇ ଏଏସଆଇ ମଧ୍ୟସ୍ଥ ସାଜିଥିବା ବେଳେ ସବଇନ୍ସପେକ୍ଟର ରଘୁନାଥ ହଂସଦାଙ୍କୁ ନାଲି ହାତରେ ଭିଜିଲାନ୍ସ ଦଳ ଧରିଥିଲା।
ଉକ୍ତ ଘଟଣାରେ ପୋଲିସ ଏସ୍‌ ଆଇ ରଘୁନାଥ ହ°ସଦା ଓ ଏଏସ୍ଆଇ ଶିବପ୍ରସାଦ ଦଳେଇଙ୍କୁ ଅଟକ ରଖ୍ ଭିଜିଲାନ୍ସ ପୋଲିସ ପଚରାଉଚରା କରିଛି । ୨୧ ତାରିଖ ରାତିରେ ଉଭୟଙ୍କୁ ଗିରଫ କରିବା ପରେ ଉଭୟଙ୍କ ସରକାରୀ ବାସଭବନ ସମେତ ଥାନାରେ ଛାନଭିନ କରିଥିଲା ଭିଜିଲାନ୍ସ ଟିମ। ୨୨/୯ ତାରିଖ ସଂଧ୍ୟାରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ କୋର୍ଟଙ୍କ ନିର୍ଦେଶ ଅନୁସାରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ହେଲେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ନୂଆଗାଁ ସ୍ଥିତ ରଘୁନାଥ ଘର ଓ ପାପଡ଼ାହାଣ୍ଡି ଥାନା ପରିସର ଥିବା ପୋଲିସ ବ୍ୟାରେଜ୍‌ରେ ଏବ ସେହିପରି ଦଳେଇଙ୍କ ପାପତାହାଣ୍ଡି ଥାନା ପରିସର ସରକାରୀ ଘର ଏବଂ କୋରାପୁଟ ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରିବା ପରେ ସେଭଳି କୌଣସି ପ୍ରକାର ଜବତ କରିନଥିବା ନେଇ ଭିଜିଲାନ୍ସ ଜଣାଇଛି ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed