June 13, 2025
Home » ଭୋଟର ତାଲିକା ସଂଶୋଧନପ୍ରକ୍ରିୟା :ଡେପୁଟି ମୂଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l

ଭୋଟର ତାଲିକା ସଂଶୋଧନପ୍ରକ୍ରିୟା :ଡେପୁଟି ମୂଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l

0
WhatsApp Image 2024-11-25 at 9.13.22 AM

ଡେପୁଟି ମୂଖ୍ୟ ନିର୍ବାଚନ ଅଧିକାରୀ, ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ତଦାରଖ ନିମନ୍ତେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉଭୟ ସୋନପୁର ଏବଂ ବୀରମହାରାଜପୁର ବିଧାନ ସଭା କ୍ଷେତ୍ରର ବିଭିନ୍ନ ବୁଥ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଏହି ଗସ୍ତ ଅବସରରେ ବିଭିନ୍ନ ବୁଥ ବୁଲିବା ସହ ସଂକ୍ଷିପ୍ତ ଭୋଟର ସଂଶୋଧନ ଉପରେ ବୁଥ ଲେଭେଲ ଅଧିକାରୀଙ୍କ ସହ ସିଧା ସଳଖ ଆଲୋଚନା କରି ତୃଣ ମୂଳ ସ୍ତରରେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ନୂତନ ଭୋଟର ଓ ବାଦ୍ ପଡ଼ିଥିବା ଭୋଟର ଙ୍କ ନାମ ଅନ୍ତର୍ଭୁକ୍ତ ନିମନ୍ତେ ହସ୍ତଗତ ହୋଇଥିବା ଫର୍ମ ନଂ 6, ମୃତ ଓ ସ୍ଥାନାନ୍ତରିତ ହୋଇଥିବା ଭୋଟର ଙ୍କୁ ବାଦ୍ ଦେବା ନିମନ୍ତେ ଫର୍ମ ନଂ 7 ଓ ଭୋଟର ତାଲିକାରେ ଓ ଭୋଟର ପରିଚୟ ପତ୍ରରେ ଭୋଟରଙ୍କ ନାମ, ପିତା ବା ସ୍ଵାମୀଙ୍କ ନାମ, ଲିଙ୍ଗ, ବୟସ, ଫଟୋ ଓ ଠିକଣା ସଂଶୋଧନ ନିମନ୍ତେ ଫର୍ମ ନଂ 8 ର ସମୀକ୍ଷା କରିଥିଲେ।

ସେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଗାମୀ 28.11.2024 ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଥିଲେ । ଏହି ଗସ୍ତ ସମୟରେ ଭୋଟର ମାନଙ୍କୁ ଏହି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରି ଏକ ଭଲ, ନିର୍ଭୁଲ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତି କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *