ମର୍ଣିଂ ୱାର୍କସ୍ ଆସୋସିଏସନର ବୈଠକ
ଖଣ୍ଡଗିରି – ପୋଖରୀପୁଟ ଏମ ଏସ ପାର୍କ ମର୍ଣିଂ ୱାର୍କସ ଆସୋସିଏସନର ମାସିକ ବୈଠକ ଅନନ୍ତ ବିହାର ସ୍ଥିତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସ୍ତମ୍ଭକାର ନିର୍ମଳ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଥିତି ରୂପେ ପ୍ରାକ୍ତନ ବୟନ ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦଶରଥ ନନ୍ଦ ଯୋଗଦେଇ ସଂଗଠନକୁ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ସମ୍ପାଦକ ଏଲ ଏନ୍ ପାଢ଼ୀ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ତରଣୀସେନ ନାୟକ ଉପ ସଭାପତି ସୁଦର୍ଶନ ମହାଳିକ,ସହ ସମ୍ପାଦକ ଶିଶିର ଦାସ,ଉପଦେଷ୍ଟl ପଠାଣି ବେହେରା, ଅଭୟ ମହାପାତ୍ର, ପଣ୍ଡିତ ପ୍ରବୀର ମହାପାତ୍ର, ବିଷ୍ଣୁ ଚରଣ ପ୍ରଧାନ, ହର୍ଷ ବର୍ଦ୍ଧନ ଉଦ୍ଗାତା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ସମ୍ପାଦକ ଆୟ ବ୍ୟୟ ଓ ସଭ୍ୟ ନବୀକରଣ,ବରିଷ୍ଠ ନାଗରିକ ମାନେ କିପରି। ଶୋଷଣ ର ଶିକାର ହେଉଛନ୍ତ ସେ କେତେକୌଡହରଣ ଦେଇ ସଭାପତି କହିଥିଲେକି ଘର ତାଲା ପଡ଼ିଥିଲେ ମଧ୍ୟ ହଜାର ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ଆସିବା ଓ ସୁଲଭ ମୂଲ୍ୟରେ ଜନଔଷଧ ମିଳୁ ନ ଥିବାରୁ ଉଦବେଗ ପ୍ରକାଶ ପାଇ ଥିଲା l ୭ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ଥିଲା । ବରିଷ୍ଠ ନାଗରିକ କୃଷ୍ଣ ପ୍ରସାଦ ଜେନା ଧନ୍ୟବାଦ୍ ଦେଇଥିଲେ l
