September 22, 2026
Home » ମହଙ୍ଗା ପଡିଲା ରାସ୍ତା ରେ ଲୁଟପାଟ : ବନ୍ଧୁକ ଓ ଭୁଜାଲି ଦେଖାଇ ମାଡ଼ ମାରି ଲୁଟ ଘଟଣା ରେ ଦୁଇ ଗିରଫ l

ମହଙ୍ଗା ପଡିଲା ରାସ୍ତା ରେ ଲୁଟପାଟ : ବନ୍ଧୁକ ଓ ଭୁଜାଲି ଦେଖାଇ ମାଡ଼ ମାରି ଲୁଟ ଘଟଣା ରେ ଦୁଇ ଗିରଫ l

0
WhatsApp Image 2026-09-21 at 1.24.06 PM

ସୁବର୍ଣ୍ଣପୁର — ବନ୍ଧୁକ ଓ ଭୁଜାଲି ଦେଖାଇ ମାଡ଼ ମାରି ଧମକ ଚମକ ଦେବା ସହିତ ଟଙ୍କା ଲୁଟ ମାମଲା ରେ ସୋନପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି l ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଏ ପର୍ଯ୍ୟନ୍ତ ଗିରଫ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଘଟଣା ରୁ ପ୍ରକାଶ ଯେ, ଗତ 10/09/26 ତାରିଖ ଗୁରୁବାର ଦିନ ସକାଳ ପ୍ରାୟ 08.30 ମି. ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲୋକାପଡ଼ା ଗ୍ରାମର ବିକାଶ ସାହୁ (28) କାମ କରିବା ପାଇଁ ସୋନପୁର ଯାଉଥିବା ସମୟ ରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ହରଡ଼ଖୋଲ ଗ୍ରାମପଞ୍ଚାୟତ ବୈଦ୍ୟନାଥ ଗ୍ରାମର ଲିମନ ପାଢ଼ୀ, ହରଡ଼ଖୋଲ ଗ୍ରାମର ପ୍ରବୀଣ ମେହେର ଓ ଦୀପକ ବେହେରା ତାଙ୍କୁ ହରଡ଼ଖୋଲ – ବୈଦ୍ୟନାଥ ରାସ୍ତା ରେ ଅଟକାଇଥିଲେ l

ଅଭିଯୁକ୍ତ ମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କୁ ଧମକ ଦେବା ସହ ମାଡ଼ ମାରି ଜୋରଜବରଦସ୍ତି ତାଙ୍କ ନିକଟରୁ ନଗଦ 2500/ ଟଙ୍କା ନେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ l ପରେ ଅର୍ଥାତ 11/09/26 ତାରିଖ ରାତି ପ୍ରାୟ 09.10 ମିନିଟ ରେ ଅଭିଯୋଗକାରୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲୋକାପଡ଼ା ଗ୍ରାମର ବିକାଶ ସାହୁ (28) ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସୋନପୁର ଥାନା କେଶ ନମ୍ବର 323/11/09/2026 ଧାରା 309(6) BNS /25/27Arms Act ଆଧାର ରେ ରୁଜୁ ହୋଇ ତଦନ୍ତ ଚାଲୁରହିଥିଲା l ଏହି ଘଟଣା ର ତଦନ୍ତ ଦାୟିତ୍ୱ SI ଆର କେ ବାରିକ ଙ୍କୁ ଦିଆଯାଇଥିଲା l ତଦନ୍ତ ସମୟ ରେ 2 ଟି OPPO ମୋବାଇଲ, 1 ଟି Samsung ମୋବାଇଲ, ନଗଦ 16,000 / ଟଙ୍କା ଏବଂ ନୀଳ ରଙ୍ଗର TVS Apache ମୋଟରସାଇକେଲ ( ରେଂ. ନମ୍ବର OD- 31L4670) କୁ ଜଵତ କରାଯାଇଛି l ଏହି ଘଟଣା ରେ 20/09/2026 ରବିବାର ଦିନ ଅଭିଯୁକ୍ତ ଲିମନ ପାଢ଼ୀ ( ବୈଦ୍ୟନାଥ ) ଓ ପ୍ରବୀଣ ମେହେର ( ହରଡ଼ଖୋଲ ) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *