June 14, 2025
Home » ମହିଳା ମାନଙ୍କୁ ବାଉଁଶୁଣି SBI ବ୍ୟାଙ୍କ ଶାଖା ପରିଚାଳକ ଙ୍କ ଦୁର୍ବ୍ୟବହାର

ମହିଳା ମାନଙ୍କୁ ବାଉଁଶୁଣି SBI ବ୍ୟାଙ୍କ ଶାଖା ପରିଚାଳକ ଙ୍କ ଦୁର୍ବ୍ୟବହାର

0
WhatsApp Image 2024-07-29 at 10.26.43 AM

ବୌଦ୍ଧ –ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଦୃତ ବେଗରେ ବ୍ୟାପୁଥିବା ଦେଖିବାକୁ ମିଳୁଛି। ଭିଡିଓ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଉଁଶୁଣି ଶାଖା ର ପରିଚାଳକ ପରେଶ ପଟ୍ଟନାୟକ କିଛି ମହିଳା ମାନଙ୍କୁ ଖରାପ ଭାଷା ରେ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେଲା ବାଉଁଶୁଣି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଶାଖା ପରିଚାଳକ ପରେଶ ପଟ୍ଟନାୟକ ସବୁବେଳେ ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା ଏବଂ ତାଙ୍କ ଖରାପ ବ୍ୟବହାର ପାଇଁ ଅନେକ ବ୍ୟବସାୟୀମାନେ ମଧ୍ୟ ବ୍ୟାଙ୍କକୁ ଯିବାର ବନ୍ଦ କରିଦେଇଥିଲେ। କିନ୍ତୁ ଗତ ଶୁକ୍ରବାର ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଭାଇରାଲ୍ ହେଇଥିଲା ଯେଉଁଥିରେ ବ୍ୟାଙ୍କ୍ ପରିଚାଳକ କିଛି ମହିଳାମାନଙ୍କ ସହ ପାଟିତୁଣ୍ଡ କରୁଥିବା ଓ ଉକ୍ତ ମହିଳାଙ୍କ ସାଙ୍ଗରେ ବ୍ୟକ୍ତିମାନଙ୍କୁ ଧକମଦେବା ଭଳି କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ତେବେ କେଉଁ କାରଣରୁ ଏହିଭଳି ପରିସ୍ଥିତି ହୋଇଥିଲା ତାହା ଜଣା ପଡିନଥିଲେ ମଧ୍ୟ ଭିଡିଓ ବହୁଳ ମାତ୍ରା ରେ ବ୍ୟାପିଥିଲା। ବ୍ୟାଙ୍କ୍ ପରିଚାଳକଙ୍କ ଠାରୁ ଦୁର୍ବ୍ୟବହାର ର ଶିକାର ହୋଇଥିବା ଅନେକ ଗ୍ରାହକ ଉକ୍ତ ଭାଇରାଲ୍ ଭିଡ଼ିଓରେ କମେଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କରେ ଏଭଳି ହଇରାଣ କରୁଥିବା ଏବଂ ଯିଏ ମୁଁହଖୋଲିଲା ଦୁର୍ବ୍ୟବହାରର ଶିକାର ହେଉଥିବା ବିଷୟ ରେ ଗତ ଜୁନ ମାସରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା l

 

ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *