April 27, 2025
Home » ମହିୟସୀ ମହିଳାଙ୍କ ପରଲୋକ

ମହିୟସୀ ମହିଳାଙ୍କ ପରଲୋକ

0
WhatsApp Image 2024-09-15 at 7.57.15 PM

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ହରପ୍ରାସାଦ ଦାସଙ୍କ ମା ନିରୁପମା ଦାସଙ୍କର ରବିବାର ପୂର୍ବାହ୍ନ 11ଟା 27ମିନିଟରେ ପରଲୋକ ହୋଇଯାଇଛି. ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ଼ ମଣ୍ଡଳ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ଦେହାନ୍ତ ହୋଇଥିଲା. ସ୍ବର୍ଗତା ଦାସଙ୍କ ସ୍ୱାମି ଚକ୍ରଧର ଦାସ, ଚାରି ପୁଅ, ଚାରି ବୋହୁ, ଦୁଇ ଝିଅ ଓ ନାତି ନାତୁଣୀଙ୍କୁ ଶୋକ ସାଗରରେ ଭସାଇ ଦେଇ ଯାଇଛନ୍ତି. ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କୁଦିଆରୀ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା. ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା, କାଉନସିଲର ଶଶାଙ୍କ ଶେଖର ରାୟ, ଲୁସନ ରାୟ, ପ୍ରିୟ ଖବରର ସମ୍ପାଦକ ରାଜକିଶୋର ଦାସଙ୍କ ସହ ବହୁ ମାନ୍ୟଗାଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନକୁ ଆସି ଶେଷ ଦର୍ଶନ କରିଥିଲେ. କୁଡିଆରୀ ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା. ବଡପୁଅ ହରପ୍ରସାଦ ଦାସ ମୁଖାଗ୍ନି ଦେଇଥିଲେ

Leave a Reply

Your email address will not be published. Required fields are marked *