ମହୋଦଧି ଦିବସ–୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପୁରୀ, ୨୨ ନଭେମ୍ବର ୨୦୨୬: ଆସନ୍ତା ଡିସେମ୍ବର ୧୨ ତାରିଖରେ ପାଳିତ ହେବାକୁ ଥିବା ମହୋଦଧି ଦିବସ–୨୦୨୬ର ସଫଳ ଆୟୋଜନ ନିମନ୍ତେ ପୁରୀସ୍ଥିତ ୟୁଥ୍ ହଷ୍ଟେଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ଶ୍ରୀ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ରାଜକିଶୋର ପାତ୍ର ମହୋଦଧି ଦିବସର ସମସ୍ତ କାର୍ଯ୍ୟକ୍ରମ, ଆୟୋଜନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉତ୍ସବରେ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମର ସୁପରିଚାଳନା ଓ ବିଭିନ୍ନ ଦାୟିତ୍ୱ ବଣ୍ଟନ ଉପରେ ମତାମତ ଆଦାନପ୍ରଦାନ କରାଯାଇଥିଲା।ବୈଠକରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତାମତ ଓ ପରାମର୍ଶ ରଖିବା ସହିତ ମହୋଦଧି ଦିବସକୁ ଏକ ସଫଳ, ସୁନ୍ଦର ଓ ସ୍ମରଣୀୟ ଉତ୍ସବରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଦସ୍ୟ ତଥା ଆଇନଜୀବୀ ଶ୍ରୀ ସ୍ମୃତି ରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ।
