July 15, 2026
Home » ମାଁ ମାହେଶ୍ୱରୀ ଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମାଁ ମାହେଶ୍ୱରୀ ଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ

0
WhatsApp Image 2026-07-15 at 12.50.22 PM

ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ୱରୀପାଲି ଗ୍ରାମର ଇଷ୍ଟଦେବୀ ମାଁ ମାହେଶ୍ୱରୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ମାହେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗ୍ରାମବାସୀ ସ୍ଥାନୀୟ ପୂର୍ଣ୍ଣି ବନ୍ଧରେ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ଜଳଭର୍ତ୍ତି ପୂର୍ଣ୍ଣ କଳସ ଆଣି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ କରିଥିଲେ। ଶୋଭାଯାତ୍ରାରେ ଆନନ୍ଦ ଉଲ୍ଲାସ ସହ ଗ୍ରାମର ସମସ୍ତ ମହିଳା ଏବଂ ପୁରୁଷ ଅଂଶଗ୍ରହଣ କରିଥିଲେ। ଆଜି ଠାରୁ ମାଁ ମାହେଶ୍ୱରୀଙ୍କ ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହେବ ଏବଂ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି l ରିପୋର୍ଟ —

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *