June 14, 2025
Home » ମାଇକ୍ରୋ ଫାଇନାନ୍ସ ର ୯ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ମାମଲା : ଗିରଫ ହେଲେ ପୂର୍ବତନ ମ୍ୟାନେଜର ।

ମାଇକ୍ରୋ ଫାଇନାନ୍ସ ର ୯ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ମାମଲା : ଗିରଫ ହେଲେ ପୂର୍ବତନ ମ୍ୟାନେଜର ।

0
WhatsApp Image 2024-08-25 at 12.24.17 PM

ସୁବର୍ଣ୍ଣପୁର — ଟଙ୍କା ହେରଫେର ମାମଲା ରେ ଗିରଫ ହୋଇଛନ୍ତି ଡୁଙ୍ଗୁରିପାଲି ସତିନ କ୍ରେଡିଟ କେୟାର ଗ୍ରୁପ ର ପୂର୍ବତନ ଶାଖା ପରିଚାଳକ ଅଶୋକ ଭୁଏ l ସୂଚନା ଅନୁସାରେ ବରଗଡ ଜିଲ୍ଲା ସୋହେଲା ଥାନା ମାଛିମରl ଗ୍ରମର ଅଶୋକ ଭୁଏ ଡୁଙ୍ଗୁରିପାଲି ସତିନ କ୍ରେଡିଟ କେୟାର ଗ୍ରୁପ ରେ କାମ କରୁଥିବା ସମୟରେ ୯ଲକ୍ଷ ୩୬ହଜାର ୮୬ ଟଙ୍କା ହେରଫେର କରିଥିବା ନେଇ ଗତ ଜୁଲାଇ ମାସ ୨୦ ତାରିଖରେ ଉକ୍ତ ସଂସ୍ଥା ର କର୍ମଚାରୀ ଘନଶ୍ୟାମ ସାହୁ ଓ ଦିନବନ୍ଧୁ ସାହୁ ଡୁଙ୍ଗୁରିପାଲି ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା l କୌଣସି ସୂତ୍ରରୁ ଖବର ପାଇ ଛତିଶଗଡ ରାଜ୍ୟର ସରାଇପାଲି ରୁ ଅଭିଯୁକ୍ତ ଅଶୋକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ୍ ଠାରୁ ସୂଚନା ମିଳିଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *